Only for Entertainment

ଅକ୍ଷୟଙ୍କ ମନ କିଣିଲେ ବାଲୁକାଶିଳ୍ପୀ ସୁଦର୍ଶନ

hindirush
115

ଓଡ଼ିଶାର ସୁନାମଧନ୍ୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ କିଏ ବା ନ ଜାଣେ । ଆନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ସମ୍ମାନ । ଗତ କିଛି ଦିନ ପୂର୍ବରୁ ଅଭିନନ୍ଦନଙ୍କ ପ୍ରତିମାକୁ ବାଲୁକାରେ ଆଙ୍କି ଅଭିନନ୍ଦନଙ୍କୁ ସମ୍ମାନ ଦେବା ସହିତ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିଲେ । କେବଳ ଅଭିନନ୍ଦନ କାହିଁକି ପ୍ରତ୍ୟେକ ଉତ୍ସବରେ ସେ ବାଲୁକାରେ ପ୍ରତିମା ଆଙ୍କି ଜନତାଙ୍କୁ ଭେଟି ଦିଅନ୍ତି ।

 

ଆକ୍ଟର୍, ପ୍ରଡ୍ୟୁସର ଆଣ୍ଡ ମାର୍ସାଲ୍ ଆର୍ଟିଷ୍ଟ ଅକ୍ଷୟ କୁମାର୍ ପଂଜାବ ଅମୃତସରରେ ଜନ୍ମ ହୋଇଥିଲେ ବି ସେ ଦିଲ୍ଲୀରେ ବଢିଛନ୍ତି । ତାଙ୍କ ଜନ୍ମଦିନକୁ ନେଇ ଗତକାଲି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି | ତେବେ ଏହି ବାଲୁକା କଳାକୁ ଖୁବ ପସନ୍ଦ କରିଛନ୍ତି ଅକ୍ଷୟ କୁମାର |

ଏହି ବାଲୁକା କଳାଟି ଖୁବ ସୁନ୍ଦର ବୋଲି ଅକ୍ଷୟ ଟ୍ୱିଟରରେ ଲେଖିଛନ୍ତି | ଖିଲାଡୀ ଷ୍ଟାରଙ୍କ ଜନ୍ମଦିନ ଅବସରରେ ସୁଦର୍ଶନ ଲେଖିଥିଲେ ଯେ ଉଚ୍ଚକୋଟିର ଅଭିନୟ ସହ ସାମାଜିକ ବାର୍ତ୍ତା ସବୁବେଳେ ଅନୁପ୍ରେରଣା ଦେଇଥାଏ | ଏହାକୁ ରିଟ୍ୱିଟ୍ କରି ଖିଲାଡୀ ଷ୍ଟାର ଅକ୍ଷୟ କୁମାର ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି |

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More