Only for Entertainment

ବଡ ପରଦାରେ ରାଷ୍ଟ୍ରୀୟ ଉପଦେଷ୍ଟା ଅଜିତ ଡୋଭାଲଙ୍କ ଭୂମିକାରେ ନଜର ଆସିବେ ଖିଲାଡୀ କୁମାର !

125

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରୟ ସୁରକ୍ଷା ଉପଦେଶ ଦେଉଥିବା ଅଭିଜିତ ଡୋଭାଲ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ଶୁଣିବାକୁ ମିଳେ ଯେ ମୋଦି ସରକାରର ସମସ୍ତ ନିଷ୍ପତ୍ତିରେ ଅଭିଜିତ ଡୋଭାଲଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହିପରି ଖବର ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତମ ବନ୍ଧୁ ଏବଂ ବଲିଉଡର ଖିଲାଡୀ ଅକ୍ଷୟ କୁମାର ଏବେ ଅଜିତ ଡୋଭାଲଙ୍କ ଭୂମିକାକୁ ବଡ ପରଦାରେ ନଜର ଆସିବେ । ମୁମ୍ବାଇ ମିରୋର ରିପୋର୍ଟ ମୁତାବକ ଅକ୍ଷୟ କୁମାର ଏବଂ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଜୋଡି ବେବି’ , ସ୍ପେଶାଲ୨୬, ରୁସ୍ତମ ଭଳି ଫିଲ୍ମ ପରେ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଉପଦେଷ୍ଟା ଅଭିଜିତ ଡୋଭାଲଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତୁତି କରିଛନ୍ତି । ଏବେ ଏହି ସ୍କ୍ରିପ୍ଟ ଉପରେ କାମ ଚାଲିଛି ଏବଂ ରିସର୍ଚ୍ଚ ମଧ୍ୟ ଚାଲିଛି ।

ଏବେ ନୀରଜ ପାଣ୍ଡେ ଅଜୟ ଦେବଗନଙ୍କ ସହ ଫିଲ୍ମ ଚାଣକ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଭଳି ଅକ୍ଷୟ କୁମାର କିଛି ଦିନ ହେବ ମିଶନ ମଙ୍ଗଲ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ୧୫ଅଗଷ୍ଟରେ ସିନେମାଘରେ ରିଲିଜ ହେବ । ଏହାସହ ଅକ୍ଷୟଙ୍କ ଆଗାମୀ ଫିଲ୍ମ ହାଉସଫୁଲ୪, ଗୁଡ ନ୍ୟୁଜ, ଲକ୍ଷ୍ମୀ ବମ୍ବ ଏବଂ ସୂର୍ଯବଂଶୀ ଭଳି ଫିଲ୍ମ ରହିଛି ।

ଏଭଳି ମାନା ଯାଏ ଯେ ଅକ୍ଷୟ ଏବଂ ନୀରଜ ନିଜ ଜରୁରୀ ପ୍ରୋଜେକ୍ଟ ପୂରା କରିବା ପରେ ଏହି ଫିଲ୍ମ ପାଇଁ ଲାଗିପଡିବେ ଏବଂ ଏହାର ଅଫିସିଆଲ ଘୋଷଣା କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More