Only for Entertainment

ଏବେ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ କୁମାର !

35

ବଲିଉଡ ଅଭିନେତା ଅକ୍ଷୟ କୁମାର ପାଇଁ ୨୦୧୮ ଖୁବ ଶାନଦାର ରହିଥିଲା । ତାଙ୍କର ରିଲିଜ ହୋଇଥିବା ଫିଲ୍ମ ପ୍ୟାଡମ୍ୟାନ ଏବଂ ଗୋଲ୍ଡ ଫିଲ୍ମକୁ ଭଲ ରେସପନ୍ସ ମିଳିଥିଲା । ଏବେ ୨୦୧୯ରେ ତାଙ୍କର ପାଖାପାଖି ୪ଟି ଫିଲ୍ମ ରିଲିଜ ହେବାକୁ ଯାଉଛି ।

କେଶରୀ ଫିଲ୍ମ ମାର୍ଚ୍ଚରେ ରିଲିଜ ହେବ ତେବେ ‘ଗୁଡ ନ୍ୟୁଜ’ଜୁଲାଇରେ ସିନେମାଘରେ ରିଲିଜ ହେବ, ସେହିଭଳି ‘ମିଶନ ମଙ୍ଗଳ’ ଅଗଷ୍ଟ’ ଏବଂ ‘ହାଉସଫୁଲ୪’ଅକ୍ଟୋବରରେ ରିଲିଜ ହେବ । ଏହାବ୍ୟତୀତ ମିଡିଆ ରିପୋର୍ଟ ମୁତାବକ ଅକ୍ଷୟ ଏବେ ପୃଥ୍ୱୀରାଜ ଚୌହାନ ଭୂମିକାରେ ନଜର ଆସିବେ । ଶୁଣିବାକୁ ମିଳିଛି ଯେ ଏହି ପ୍ରୋଜେକ୍ଟ ପାଇଁ ସେ ସାଇନ ମଧ୍ୟ କରିସାରିଲେଣି ।

ରିପୋର୍ଟ ମୁତାବକ, ଫିଲ୍ମରେ ଡିରେକ୍ସନ ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କରିବେ । ଯିଏ ମୋହଲ୍ଲା ଅସିର ନିର୍ଦ୍ଦେଶନା କରିଥିଲେ । ଏହି ଫିଲ୍ମକୁ ୨୦୨୦ରେ ରିଲିଜ କରାଯିବାର ପ୍ଲାନ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More