Only for Entertainment

ମୁମ୍ବାଇର ଏହି ଅଟୋକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅକ୍ଷୟ କୁମାର, ଟ୍ୱିଟ କରି ଅଟୋ ଚାଳକଙ୍କ ପ୍ରୟାସକୁ କଲେ ସଲାମ

latestly
116

ପରିବେଶ ସୁରକ୍ଷାକୁ ନେଇ ଏବେ ଭିନ୍ନ ଭିନ୍ନ ପ୍ରୟାସ ଦେଖିବାକୁ ମିଳୁଛି । ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ପାଇଁ ନିଜ ନିଜ ଉପାୟରେ ଲୋକଙ୍କୁ ଅପିଲ କରୁଛନ୍ତି । ଇତି ମଧ୍ୟରେ ମୁମ୍ବାଇର ଜଣେ ଅଟୋ ଚାଳକ ନିଆରା ଅନ୍ଦାଜରେ ସମସ୍ତଙ୍କୁ ଗ୍ରୀନ ୱାର୍ଲ୍ଡର ସନ୍ଦେଓ ଦେଉଛନ୍ତି । ଏହି ଅଟୋ ଚାଳକଙ୍କ ପ୍ରୟାସକୁ ଦେଖି ବଲିଉଡ ଅଭିନେତା ଅକ୍ଷୟ କୁମାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାକୁ ଦେଖି ଅକ୍ଷୟ କୁମାର ତାଙ୍କୁ ପ୍ରଶଂସା କରି ଏକ ଟ୍ୱିଟ କରିଛନ୍ତି ।

ଅସଲରେ ଏହି ଅଟୋ ଚାଳକ ଜଣକ ନିଜ ଅଟୋରେ ପାତ୍ରରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଲଗାଇଛନ୍ତି । ଯାହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ଅକ୍ଷୟ ଟ୍ୱିଟ କରି ଅଟୋର ଦୁଇଟି ଫଟୋ ସେୟାର କରି ତାଙ୍କର ଏହି ପ୍ରୟାସକୁ ସଲାମ କରିଛନ୍ତି । ଅକ୍ଷୟ ଟ୍ୱିଟ କରି ଲେଖିଛନ୍ତି ‘ସୁଟକୁ ଯିବା ସମୟରେ ଏକ ଅଟୋକୁ ଦେଖିଲି ଏହି ଅଟୋ ପୂରାପୂରି ଗଛରେ ଘେରି ରହିଛି । ଏହା ଏକ ସୁଖଦ ଦୃଶ୍ୟ । ଏହି ବ୍ୟକ୍ତି ଏବଂ ତାଙ୍କ ମିଶନକୁ ମୋର ସଲାମ ।’

ଆପଣଙ୍କୁ କହିରଖୁଛୁ ଯେ, ବଲିଉଡରେ ଏବେ ଅନେକ କଳାକାର ଜଙ୍ଗଳ ବଂଚଇବା ପାଇଁ ସ୍ୱର ଉଠାଉଥିବା ଦେଖିବାକୁ ମିଳିଛି । ଅସଲରେ ମେଟ୍ରୋ ପରିଯୋଜନା ପାଇଁ ୨୭୦୦ ଗଛ କାଟିବା କଥା ସାମ୍ନାକୁ ଆସିବା ପରେ ଅନେକ ସେଲିବ୍ରିଟି ଏହାକୁ ବିରୋଧ କରିଛନ୍ତି । ଜନ ଆବ୍ରାହମ, ଶ୍ରଦ୍ଧା କପୁର, ଦିୟା ମିର୍ଜା ଏବଂ ଆଦିଲ ହୁସେନଙ୍କ ପରି କଳାକାର ଗଛ ବଂଚାଇବା ପାଇଁ ଦାବି କରିଥିବା ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More