Only for Entertainment

ଦେଶର ଗୌରବଶାଳୀ ଇତିହାସ ଦେଖାଇବ ଫିଲ୍ମ ‘ମିଶନ ମଙ୍ଗଳ’, ଅକ୍ଷୟ କୁମାର କଲେ ଟିଜର ରିଲିଜ !

31

ମିଶନ ମଙ୍ଗଲ ଏଭଳି ପ୍ରୋଗ୍ରାମ ଅଟେ , ଯାହାକୁ ନେଇ ସମସ୍ତ ଭାରତୀୟ ଗର୍ବ କରିବା ଉଚିତ । ମଙ୍ଗଳ ମିଶନର ସଫଳ ପରୀକ୍ଷଣ ପରେ ଭାରତ ଗଣତି ମହାକାଶ କ୍ଷେତ୍ରରେ ଏକ ସର୍ବଶକ୍ତିଶାଳୀ ତାଲିକାରେ ହୋଇଥିଲା । ଏହି ମିଶନ ଦେଶ ପାଇଁ ମୁଖ୍ୟ ଥିଲା । ଖୁବ କମ ପରିଶ୍ରମରେ ଏହି ମିଶନରେ ଦେଶର ବୈଜ୍ଞାନିକ ସଫଳତା ହାସିଲ କରିଥିଲେ ଏବଂ ମହାକାଶ କ୍ଷେତ୍ରରେ ଇତିହାସ ରଚିଥିଲେ । ଭାରତର ଏହି ସଫଳତାର କାହାଣୀ କୁ ନେଇ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନଙ୍କ ଫିଲ୍ମ ମିଶନ ମଙ୍ଗଳ ଦେଖିବାକୁ ମିଳିବ । କିଛି ଦିନ ପୂର୍ବେ ଯେତେବେଳେ ମିଶନ ମଙ୍ଗଳ’ର ପୋଷ୍ଟର ରିଲିଜ ହୋଇଥିଲା , ସେବେଠାରୁ ଲୋକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ଏବେ ଏହାର ଟିଜର ରିଲିଜ ହୋଇଛି ।

ଅକ୍ଷୟ କୁମାର ନିଜ ଟ୍ୱିଟର ଅକାଉଂଟରେ ଫିଲ୍ମର ଟିଜର ଶେୟାର କରିଛନ୍ତି । ଅକ୍ଷୟ ଲେଖିଛନ୍ତି ଯେ ଏକ ଦେଶ, ଏକ ସପନା, ଏକ ଇତିହାସ । ଭାରତ କେ ଇତିହାସ କି ସଚି କାହାନୀ । ମିଶନ ମଙ୍ଗଳ କା ଟିଜର । ଏହାର ଅର୍ଥ ହେଉଛି ଗୋଟିଏ ଦେଶ, ଗୋଟିଏ ସ୍ୱପ୍ନ, ଗୋଟିଏ ଇତିହାସ । ଭାରତ ଇତିହାସର ସତ କାହାଣୀ, ମିଶନ ମଙ୍ଗଳର ଟିଜର ।
ଏହି ସ୍ପେସ ଡ୍ରାମା ଫିଲ୍ମରେ ଅକ୍ଷୟ ଏକ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି ।\

ତେବେ ସେହି ଫିଲ୍ମରେ ବିଦ୍ୟା ବାଲନ, ତାପସୀ ପନ୍ନୁ , କିର୍ତ୍ତି କୁଲହାରୀ ଏବଂ ନିତ୍ୟା ମେନନ ମଧ୍ୟ ଅଛନ୍ତି । ଫିଲ୍ମ ନିର୍ଦ୍ଦେଶନା ଜଗନ ଶକ୍ତି କରିଛନ୍ତି । ଏହି ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ । ଅକ୍ଷୟ କୁମାର ନିଜ ବୟାନରେ କହିଛନ୍ତି ଯେ ସେ ‘ମିଶନ ମଙ୍ଗଳ’ ଖାସ ନିଜ ଝିଅ ଏବଂ ସେହି ବୟସର ଅନ୍ୟ ପିଲା ମାନଙ୍କ ପାଇଁ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More