Only for Entertainment

ଚର୍ଚ୍ଚାରେ ଅକ୍ଷୟ କୁମାରଙ୍କ ବାଇକ୍ ଷ୍ଟଂଟ୍ ‘ସୂର୍ଯ୍ୟବଂଶୀ’ରେ ଦେଖାଇବେ ଆକ୍ସନ୍ ଧମାଲ୍ !

22

ପୁଣିଥରେ ଦମଦାର୍ ପୋଲିସ୍ ଅଫିସର୍ ଭୂମିକାରେ ନଜର ଆସିବେ ଅଭିନେତା ଅକ୍ଷୟ କୁମାର୍ । ଆଗାମୀ ଫିଲ୍ମ ସୁର‌୍ୟବଂଶୀରେ ଆଂଟି ଟେରୋରିଷ୍ଟ ସ୍ୱାର୍ଡ ର ଅଫିସର୍ ଚରିତ୍ର ତୁଲାଇବେ ଖିଲାଡି କୁମାର୍ । ଏହି ସିନେମାର ସୁଟିଂ ଏବେ ଶେଷ ହୋଇଛି, ଏହା ସହିତ ମେକର୍ ସେୟାର୍ କରିଛନ୍ତି ଏକ ମେକିଂ ଭିଡିଓ । ଯେଉଁଥିରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଷ୍ଟଂଟ୍ ଦେଖିବାକୁ ମିଳିଛି ।
ବଲିଉଡ୍ ଖିଲାଡି କୁମାର୍ ଅକ୍ଷୟ ଏବେ ନିଜ ଆଗାମୀ ଫିଲ୍ମ ‘ସୁର‌୍ୟବଂଶୀ’ର ସୁଟିଂ ନିକଟରେ ଶେଷ କରିଛନ୍ତି । ଆଉ ଏହାକୁ ନେଇ ମେକର୍ ସେୟାର୍ କରିଛନ୍ତି ଏକ ମେକିଂ ଭିଡିଓ ।

ନିର୍ଦ୍ଦେଶକ ରୋହିତ୍ ସେଟ୍ଟିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବାକୁ ଫିଲ୍ମରେ ଅକ୍ଷୟ କୁମାରଙ୍କ ଜବରଦସ୍ତ ଆକ୍ସନ୍ ଆଉ ଷ୍ଟଂଟ୍ ଦେଖିବାକୁ ମିଳିବ । ଆଉ ତାଙ୍କ ବାଇକ୍ ଷ୍ଟଂଟର ଝଲକ ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଅକ୍ଷୟ କୁମାର୍ଙ୍କ ଜବରଦସ୍ତ ଷ୍ଟଂଟ୍ ଦେଖିବାକୁ ମିଳିଛି । ଫିଲ୍ମରେ କାର୍ ଷ୍ଟଂଟ୍ ସହ ବାଇକ୍ ଷ୍ଟଂଟର ବି ମଜା ନେଇ ପାରିବେ ଦର୍ଶକ ।


ସିନେମାରେ ବିର୍ ସୁର‌୍ୟବଂଶୀ ଚରିତ୍ର ତୁଲାଇବେ ଖିଲାଡି କୁମାର୍ । ଯିଏ କି ଆଂଟି ଟେରୋରିଷ୍ଟ ସ୍କ୍ୱାର୍ଡ’ର ଅଫିସର୍ ଭାବେ ନଜର ଆସିବେ । ଏହି ସିନେମାରେ ନିଜେ ଷ୍ଟଂଟ୍ କରିବାରେ ନଜର ଆସିବେ ଅକ୍ଷୟ । ଯାହା ଏହି ମେକିଂ ଭିଡିଓରେ ଦେଖିବାକୁ ମିଳିଛି । କରଣ ଜୋହରଙ୍କ ଦ୍ୱାରା ପ୍ରଯୋଜିତ ହେଉଥିବା ଏହି ସିନେମାରେ ଅକ୍ଷୟ କୁମାର୍ଙ୍କ ବିପକ୍ଷରେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ସିନେମାର ସୁଟିଂ ଶେଷ ହୋଇଥିବାବେଳେ, ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More