‘ରଶ୍ମି ରକେଟ’ର ଭିଡ଼ିଓ ଶେୟାର କଲେ ଅକ୍ଷୟ, ପ୍ରତ୍ୟୁତ୍ତର ଦେଲେ ତାପସୀ, ଖିଲାଡ଼ୀ କହିଲେ ମଜା ନେଉଛି
ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଏକ ଦମଦାର ଫିଲ୍ମ ପାଇଁ ଫିଲ୍ମ ନିର୍ମାତା ରାନୀ ସ୍କ୍ରୁବାଲାଙ୍କ ସହିତ ହାତ ମିଳାଇଛନ୍ତି । ଫିଲ୍ମର ନାମ ହେଉଛି ରଶ୍ମି ରକେଟ୍ । ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଛି । ଶୁକ୍ରବାରକୁ ଅକ୍ଷୟ କୁମାର ତାପସୀଙ୍କ ଫିଲ୍ମର ପ୍ରମୋ ଭିଡ଼ିଓ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି । ଯାହାପରେ ଏହାକୁ ନେଇ ତାପସୀ ମଧ୍ୟ ଟ୍ୱିଟ କରିଛନ୍ତି ।
This ROCKET is set for her next MISSION and she’s off to the tracks! Presenting a glimpse of @taapsee in and as #RashmiRocket.@MrAkvarious @RonnieScrewvala @RSVPMovies @iammangopeople #NehaAnand #PranjalKhandhdiya
Music for the motion poster: @LesleLewis pic.twitter.com/5whNWUcuus— Akshay Kumar (@akshaykumar) August 30, 2019
ଅକ୍ଷୟ କୁମାର ଭିଡ଼ିଓ ଶେୟାର କରି ଲେଖିଛନ୍ତି, ଏହି ରକେଟ ଆଗାମୀ ମିଶନ ପାଇଁ ପ୍ରସ୍ତୁତ ଏବଂ ସେ ଟ୍ରାକରେ ବାହାରି ସାରିଛି । ରଶ୍ମି ରକେଟ ଫିଲ୍ମରେ ତାପସୀ ପନ୍ନୁଙ୍କ ଝଲକ ଉପସ୍ଥିତ । ଏହାପରେ ତାପସୀ ଉତ୍ତରରେ ଲେଖିଛନ୍ତି ଫୋର୍ବସ ବିଷୟରେ ତ ଜଣାନାହିଁ, କିନ୍ତୁ ଏହି ରେସ ମୁଁ ଜିତିବି । ଏହାପରେ ପୁଣି ଅକ୍ଷୟ ନିଜ ଉପରେ ଥିବା ଏକ ମିମ ଶେୟାର କରିଛନ୍ତି, ଯେଉଁଥିରେ ଲେଖାଅଛି, ମଜା ଲେ ରହି ହୈ ତୁ’ ।
— Akshay Kumar (@akshaykumar) August 30, 2019
ତାପସୀଙ୍କ ଫିଲ୍ମ ରଶ୍ମି ରକେଟ କଥା ଯଦି ଆଲୋଚନା କରିବା ତେବେ ଏହାର ନିର୍ଦ୍ଦେଶକ ହେଉଛନ୍ତି ଆକର୍ଷ ଖୁରାନା । ଅବଶ୍ୟ ଫିଲ୍ମରେ ତାପସୀଙ୍କ ବ୍ୟତୀତ ଆଉ କିଏ ନଜର ଆସିବେ ଏପର୍ଯ୍ୟନ୍ତ ତାହାର ଖୁଲାସା ହୋଇନାହିଁ ।