ପୁଅ ଆରବର ବଲିଉଡ ଡେବ୍ୟୁକୁ ନେଇ ଅକ୍ଷୟ କୁମାରଙ୍କ ବୟାନ ।
ବଲିଉଡ ଖୀଲାଡି ଅକ୍ଷୟ କୁମାରଙ୍କ କହିବା ଅନୁସାରେ ତାଙ୍କ ପୁଅ ଆରବ ଏବେ ବଲିଉଡ ଡେବ୍ୟୁ କରିବେ ନାହିଁ । ବଲିଉଡରେ ଆନେକ ଷ୍ଟାର କିଡ ଏବେ ବଲିଉଡ ଡେବ୍ୟୁ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସିନେପ୍ରେମୀ ଅକ୍ଷୟ କୁମାରଙ୍କ ପୁଅ ଆରବଙ୍କ ବଲିଉଡ ଡେବ୍ୟୁକୁ ନେଇ ଏକ୍ସାଇଟେଡ ଅଛନ୍ତି ।
ଆରବଙ୍କ ବଲିଉଡ ଡେବ୍ୟୁକୁ ନେଇ ପ୍ରଶ୍ନ ପଚରାଯିବାକୁ ଅକ୍ଷୟ କହିଥିଲେ ସେ ବର୍ତ୍ତମାନ ବହୁତ ଛୋଟ ଅଛି । ଏବେ ସେ କେବଳ ପଢା ପ୍ରତି ଧ୍ୟାନ ଦେଉଛି । ମୁଁ ଜାଣିନି ଆରବ ଏହି ଇଣ୍ଡଷ୍ଟ୍ରୀକୁ ଆସିବାକୁ ଚାହିଁବ କି ନାହିଁ । ମୁଁ ତାହା ସହିତ କୌଣସି ଜବରଦସ୍ତି କରିବାକୁ ଚାହୁଁନି ।
ଅକ୍ଷୟ ଏହା ମଧ୍ୟ କହିଥିଲେ ଆଜିକାଲି ପିଲାମାନେ ନିଜ ପାଇଁ ନିଷ୍ପତି ନେଉଛନ୍ତି । ମୋ ପୁଅ ମଧ୍ୟ ସେମାନଙ୍କ ଠାରୁ ଅଲଗା ନୁହେଁ । ଏଠାରେ ନିଜ ପଢା ପୁରା କରିବା ପରେ ସେ ଲଣ୍ଡନରେ ପଢିବା ପାଇଁ ଚାହୁଁଛି । ଏହି ନିଷ୍ପତି ସେ ପ୍ରଥମରୁ ନେଇ ସାରିଛି । ମୋ ଛୁଆମାନଙ୍କୁ ମୁଁ ତାଙ୍କ ରାସ୍ତାରେ ଛାଡିବା ପାଇଁ ଚାହିଁବି । ସେ ଯେଉଁଥିରେ କ୍ୟାରିୟର କରିବା ପାଇଁ ଚାହିଁବ ତାହାର ଫ୍ରିଡମ ମୁଁ ତାକୁ ଦେବି ।