Only for Entertainment

ହେୟାର ଷ୍ଟାଇଲକୁ ନେଇ ଟ୍ରୋଲ ହେଲେ ଅକ୍ଷୟ କୁମାରଙ୍କ ପୁଅ ଆରବ, ‘ତେରେ ନାମ’ର ରାଧେଙ୍କ ସହ କଲେ ତୁଳନା !

28

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ପୁଅ ଆରବ ନିକଟରେ ମା ଟ୍ୱିଙ୍କିଲ ଖନ୍ନାଙ୍କ ସହ ଏୟାରପୋର୍ଟରେ ସ୍ପଟ ହୋଇଥିଲେ । ଏହାପରେ ଦୁହିଁଙ୍କ କ୍ଲିକ କରାଯାଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେହିଭଳି ଆରବଙ୍କୁ ତାଙ୍କ ହେୟାରଷ୍ଟାଇଲ କାରଣରୁ ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି ।

କେଶକୁ ନେଇ ୟୁଜର କମେଂଟ କରିବା ସହ ଲୋକମାନେ ଆହୁରୀ ଅନେକ କିଛି କମେଂଟ କରିଛନ୍ତି । ଆରବଙ୍କ କେଶ ‘ତେରେ ନାମ’ରେ ସଲମାନଙ୍କ ହେୟାର ଷ୍ଟାଇଲ ସହ ମ୍ୟାଚ କରୁଛି । ଏହିକାରଣରୁ ଆରବଙ୍କୁ ତେରେନାମ ରାଧେ ସହ ତୂଳନା କରାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ପୂର୍ବ ବର୍ଷ ଖବର ଶୁଣିବାକୁ ମିଳିଥିଲା ଯେ ଅକ୍ଷୟଙ୍କ ପୁଅ ଆରବ ଖୁବଶୀଘ୍ର ବଲିଉଡରେ ଏଂଟ୍ରି ନେବାକୁ ଯାଉଛନ୍ତି । କିନ୍ତୁ ଏହାଉପରେ ଅକ୍ଷୟ ଏବଂ ଟ୍ୱିଙ୍କିଲଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିଛି ଦିନ ପୂର୍ବରୁ ଅକ୍ଷୟ କହିଥିଲେ ଯେ ଆରବ ଏବେ ପାଠ ଉପରେ ବେଶୀ ଗୁରୁତ୍ୱ ଦେଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More