Only for Entertainment

କେଶରୀର ଦ୍ୱିତୀୟ ଗୀତ ‘ଆଜ ସିଂହ ଗରଜେଗା’ ରିଲିଜ । ଦେଶଭକ୍ତିର ରଙ୍ଗରେ ନଜର ଆସିଲେ ଅକ୍ଷୟ ।

bollywood tadka
30

ବଲିଉଡ ଆକ୍ଟର ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀର ଦ୍ୱିତୀୟ ଗୀତ ‘ଆଜ ସିଂହ ଗରଜେଗା’ ରିଲିଜ ହୋଇଛି । ଏହି ଗୀତକୁ ପଂଜାବୀ ଗାୟକ ଜୈଜି ବି ଏବଂ ଚରିରତନ ଭଟ୍ଟ ଗାଇଛନ୍ତି । ଫିଲ୍ମର ଏହି ଗୀତ ଦେଶଭକ୍ତିରେ ଭରପୂର ।

ସେମାବାରକୁ ଅକ୍ଷୟ ଏହି ଗୀତ ରିଲିଜ ହେବା ସୂଚନା ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଦେଇଥିଲେ । ସେ ଏକ ପୋଷ୍ଟର ଶେୟାର କରିଥିଲେ । ଏହି ଗୀତ ଅକ୍ଷୟ କୁମାରଙ୍କୁ ଏତେ ପସନ୍ଦ ଆସିଥିଲାଯେ ସେ ନିଜେ ଗାଇ ଏକ ଭିଡ଼ିଓ ଶେୟାର କରିଥିଲେ ।

କହିରଖୁଛୁଯେ ୧୨୨ ବର୍ଷ ପୂର୍ବେ ୨୧ ଜଣ ଶିଖ ୧୦ ହଜାର ଆଫଗାନି ଆକ୍ରମଣ କାରୀଙ୍କ ସହିତ ଲଢିଥିଲେ । ଏହି ସାରାଗଢି ଯୁଦ୍ଧ ୧୮୯୭ ସେପ୍ଟେମ୍ବର ୧୨କୁ ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ହାବିଲଦାର ଇଶର ସିଂ । ଏହି ଲଢେଇ ଆଜି ଇତିହାସରେ ଲିପିବଦ୍ଧ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଘ ସିଂ । ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ପରିଣୀତି ଚୋପ୍ରା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ୨୧ ମାର୍ଚ୍ଚକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More