Only for Entertainment

ରିଲିଜ ହେଲା ‘ମିଶନ ମଙ୍ଗଳ’ର ଦମଦାର ଟ୍ରେଲର, ଦେଖନ୍ତୁ ଭାରତ ଅସମ୍ଭବକୁ କପରି କରିଥିଲା ସମ୍ଭବ

Times of India
107

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଳର’ ଦମଦାର ଟ୍ରେଲର ମେକର୍ସ ରିଲିଜ କରିଛନ୍ତି । ୨ ମିନିମଟ ୫୨ ସେକେଣ୍ଟର ଏହି ଟ୍ରେଲରେ ଭାରତର ପ୍ରଥମ ମଙ୍ଗ ଯାନର ଯାତ୍ରା ଦେଖିବାକୁ ମିଳିଛି । ଟ୍ରେଲର ଆରମ୍ଭ ଅକ୍ଷୟ କୁମାରଙ୍କ ଭଏସରୁ ହୋଇଥିବା ବେଳେ ଶେଷ ମଧ୍ୟ ଅକ୍ଷୟ କୁମାରଙ୍କ ଠାରେ ହୋଇଛି । ଫିଲ୍ମର ଟ୍ରେଲରେ ପ୍ରତ୍ୟେକ କଳାକରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ପୂର୍ବରୁ ଫିଲ୍ମର ପୋଷ୍ଟର ଏବଂ ଟିଜର ରିଲିଜ ହୋଇଥିଲା ଏବଂ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥିଲା ।

ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ବିଦ୍ୟା ବାଲାନ , ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ଶରମନ ଯୋଶୀଙ୍କ ପରି କଳାକାର ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଜଗନ ଶକ୍ତି ଦେରଇଥିବା ବେଳେ ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

ଫିଲ୍ମ ବିଷୟରେ କହିବାକୁ ଗଲେ, ‘ମିଶନ ମଙ୍ଗଳ’ ଭାରତର ପ୍ରଥମ ମଙ୍ଗଳ ଯାନକୁ ନେଇ ଏହି ଫିଲ୍ମ ଆଧାରିତ । ଫିଲ୍ମରେ ଦେଖିବାକୁ ମିଳିଛି ଯେ ରାକେଶ ଧାୱନ (ଅକ୍ଷୟ କୁମାର) ଏବଂ ତାରା ସିନେ୍ଧ (ଦିବ୍ୟା ବାଲାନ) କିପରି ନିଜର ବ୍ରିଲିଆଣ୍ଟ ସାଇଣ୍ଟିଷ୍ଟ ମାନଙ୍କ ସହିତ ମିଶି ପ୍ରଥମ ଥର ପାଇଁ ସଫଳତାର ସହିତ ମଙ୍ଘଲ ଯାନକୁ ପଠାଉଛନ୍ତି । ଯାହାକି ବାକି ଦେଶ ପ୍ରଥମ ପ୍ରୟାସରେ କରିପାରି ନଥିଲା । ସ୍ୱପ୍ନ କପରି ସତରେ ପରିଣତ ହୁଏ ତାହା ଏହି ଫିଲ୍ମରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More