Only for Entertainment

‘ସୂର୍ଯ୍ୟବଂଶୀ’ ଫିଲ୍ମର ଫାଷ୍ଟଲୁକ ରିଲିଜ, ଏହିଦିନରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ !

69

ଅକ୍ଷୟ କୁମାର ଷ୍ଟାରର ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଫର୍ଷ୍ଟ ଲୁକ ଜାରି କରାଯାଇଛି । ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରାଯାଇଛି । ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ୨୦୨୦ ଇଦରେ ରିଲିଜ ହେବ । ଅକ୍ଷୟ ନିଜେ ଏହା ଘୋଷଣା କରିଛନ୍ତି । ସେ ନିଜ ସୋସିଆଲ ଅକାଉଂଟରେ ଏହା ଘୋଷଣା କରିଛନ୍ତି ଏବଂ ଫର୍ଷ୍ଟ ଲୁକ ଶେୟାର କରିଛନ୍ତି । ଫିଲ୍ମ ଅକ୍ଷୟ କୁମାର ଏଟିଏସର ମୁଖ୍ୟ ଭୂମିକା ତୁଲାଇବେ । ଫିଲ୍ମରେ ଅକ୍ଷୟ କୁମାରଙ୍କ ନାଁ ରହିବ ସୂର୍ଯ୍ୟବଂଶୀ ।

 

ଏହି ଫିଲ୍ମକୁ କରଣ ଜୋହର ପ୍ରଡ୍ୟୁସ କରୁଛନ୍ତି । ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି । ପ୍ରଥମ ସିଡ୍ୟୁଲ ଗୋଆରେ ରଖାଯାଇଛି ।


ଏଠାରେ ଆମେ କହି ରଖୁଛୁ ଫିଲ୍ମ ସିମ୍ବା ରିଲିଜ ହେବା ସମୟରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ସିମ୍ବାରେ ମଧ୍ୟ ଅକ୍ଷୟ କୁମାରଙ୍କ ଝଲକ ଦେଖିବାକୁ ମିଳିଥିଲା । ଫିଲ୍ମରେ ରଣବୀର ସିଂ ଏବଂ ସାରା ଅଲ୍ଲୀ ଖାନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

 

View this post on Instagram

 

Here’s Bajirao, Simmba and Sooryavanshi along with our creator, @itsrohitshetty signing off from the #Umang show tonight ??

A post shared by Akshay Kumar (@akshaykumar) on

ଅକ୍ଷୟ କୁମାରଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ତାଙ୍କର ଫିଲ୍ମ କେଶରୀ ଚଳିତ ମାସ ୱିକେଣ୍ଡରେ ରିଲିଜ ହେବ । ଏହାବ୍ୟତୀତ ଅଭିନେତା ଆଗାମୀ ପ୍ରୋଜେକ୍ଟ ଗୁଡନ୍ୟୁଜ, ମିଶନ ମଙ୍ଗଳ, ହାଉସଫୁଲ୪ରେ ନଜର ଆସିବେ । କିଛି ଦିନେ ହେବ ଅଭିନେତା ଫିଲ୍ମ ଗୁଡନ୍ୟୁଜର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ କରୀନା କପୁର ଖାନ ତାଭ୍କ ବିପକ୍ଷରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More