Only for Entertainment

କାନାଡାକୁ ନିଜ ଘର କହି ଟ୍ରୋଲ ହେଲେ ଅକ୍ଷୟ କୁମାର !

you tube
34

ଅନେକ ଫିଲ୍ମରେ ଦେଶଭକ୍ତର ଚରିତ୍ରରେ ନଜର ଆସିଥିବା ଅଭିନେତା ଅକ୍ଷୟ କୁମାରଙ୍କୁ ଏବେ ଲୋକେ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି । ଅକ୍ଷୟଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବା ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖା ଯାଇଛି । ଉକ୍ତ ଭିଡିଓରେ ସେ ‘ମୁଁ ଗୋଟେ କଥା କହି ରଖିବାକୁ ଚାହେଁ କି ଟରୋଣ୍ଟୋ ହେଉଛି ମୋ ଘର । ଥରେ ମୁଁ ବଲିଉଡ୍‌ର ଅବସର ନେବା ପରେ ମୁଁ ସବୁ ସମ୍ପତ୍ତିି ସହ ଆସି ମୁଁ ଏଠାରେ ରହିବି’ ବୋଲି କହୁଥିବା ଦେଖା ଯାଇଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଅକ୍ଷୟଙ୍କୁ କେତେକ ଲୋକ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି ।


ପ୍ରକୃତରେ ନସିରୁଦ୍ଦିନ୍‌ ନୁହନ୍ତି,ଅକ୍ଷୟ ହେଉଛନ୍ତି ଦେଶଦ୍ରୋହୀ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିଛି ଲୋକ ଭାରତରେ ଟଙ୍କା ଆୟ କରି କାନାଡାରେ ଉଡ଼ାଇବ ବୋଲି ମଧ୍ୟ କହି ଅକ୍ଷୟଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି । କିଛି ତାଙ୍କୁ ନୀରବ ମୋଦିଙ୍କ ସହ ମଧ୍ୟ ତୁଳନା କରିଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More