Only for Entertainment

ନାଗରିକତାକୁ ନେଇ ଚିନ୍ତାରେ ଅକ୍ଷୟ କୁମାର, କହିଲେ ହୃଦୟର କଥା

50

ସମାଜରେ ପରିବର୍ତ୍ତନ ଆଣିବା ଭଳି ଫିଲ୍ମ କରି ପ୍ରଶଂସାର ପାତ୍ର ବନିଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର। କିନ୍ତୁ ଭଲ କାମ କରି ମଧ୍ୟ ଅନେକ ସମୟରେ ତାଙ୍କ ପାଖରେ ଥିବା କାନାଡାର ନାଗରିକତାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅତୀତରେ ତାଙ୍କୁ କାନାଡାର ପାସପୋର୍ଟ ଥିବା ନେଇ ଅନେକ କଥା ଶୁଣିବାକୁ ପଡ଼ିଥିବା ଦେଖି ସେ ଏବେ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଥିବା କହିଛନ୍ତି। ଜଣେ ଭାରତୀୟ ହୋଇ ମଧ୍ୟ ମୋତେ ତାହା ପ୍ରମାଣ କରିବାକୁ ପଡ଼ୁଛି। ଏହା ମୋତେ ଆଘାତ ଦେଇଛି ବୋଲି କହିଛନ୍ତି ଅକ୍ଷୟ।

 

ସୂଚନା ମୁତାବକ, ଦିଲ୍ଲୀରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେଉଁ ପରିସ୍ଥିତିରେ ସେ କାନାଡାର ପାସପୋର୍ଟ ବନାଇଥିଲେ, ତାହା ଜଣାଇଛନ୍ତି। ତାଙ୍କ କହିବା ମୁତାବକ, ଗୋଟେ ସମୟରେ ଲଗାତାର ମୋର ୧୪ଟି ଫିଲ୍ମ ଅସଫଳ ହୋଇଥିଲା। ଏଠାରେ ମୋତେ କୌଣସି କାମ ମିଳିବ ନାହିଁ ବୋଲି ମୁଁ ଭାବି ସାରିଥିବା ବେଳେ ‌କାନାଡାରେ ରହୁଥିବା ମୋର ଜଣେ ବନ୍ଧୁ ମୋତେ କାମ କରିବାକୁ କାନାଡା ଡାକିଥିଲେ। ଯେଉଁ ସମୟରେ ମୁଁ କାନାଡାର ପାସପୋର୍ଟ ତିଆରି କରିଥିଲି। ଏ ମଧ୍ୟରେ ମୋର ୧୫ନମ୍ବର ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ବ୍ଲକବଷ୍ଟର ହେଲା। ଫିଲ୍ମର ସଫଳତାକୁ ଦେଖି ମୁଁ କାନାଡା ଗଲି ନାହିଁ । କିନ୍ତୁ ମୋର ପାସପୋର୍ଟକୁ ବଦଳାଇ ନ ଥିଲି।

 

ଏବେ ବାରମ୍ବାର ମୋର ନାଗରିକତାକୁ ନେଇ ପ୍ରଶ୍ନ କରାଯିବାରୁ ମୁଁ ଏବେ ଭାରତୀୟ ପାସପୋର୍ଟ କରିବା ପାଇଁ ଆବେଦନ କରିଛି। ଜଣେ ଭାରତୀୟ ହୋଇ ମଧ୍ୟ ମୋତେ ତାହା ପ୍ରମାଣ କରିବାକୁ ପଡ଼ୁଛି। ଆଘାତ ଲାଗିଥିଲେ ମଧ୍ୟ ମୁଁ ଆଗକୁ କାହାକୁ ଏ ନେଇ କହିବାର ସୁଯୋଗ ଦେବାକୁ ଚାହୁଁନାହିଁ ବୋଲି କହିଛନ୍ତି।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More