Only for Entertainment

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୋଲ୍ଡର ଟ୍ରେଲର’, ଦେଖନ୍ତୁ

zee news
0 44

ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ ଶୀଘ୍ର ଫିଲ୍ମ ‘ଗୋଲ୍ଡ’ରେ ନଜର ଆସିବେ । କିଛି ସମୟ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି । ଫିଲ୍ମର କାହାଣୀ ହକି ଖେଳାଳୀଙ୍କ ବାସ୍ତବିକ ଜୀବନ ଉପରେ ଆଧାରିତ । ଯେଉଁମାନେ ସ୍ୱାଧିନ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତର ନାମକୁ ଗର୍ବରେ ଉଚ୍ଚା କରିଥିଲେ । ଫିଲ୍ମରେ ସ୍ୱାଧିନ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ସ୍ୱପ୍ନ ଦେଖୁଥିବା ହକି ଖୋଳାଳୀଙ୍କ କାହାଣୀକୁ ଦର୍ଶାଯାଇଛି । ଫିଲ୍ମର ଟ୍ରେଲରରେ ଅକ୍ଷୟ କୁମାରଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିଛି ।

ଦେଶ ପାଇଁ ଅଲମ୍ପିକରେ ଗୋଲ୍ଡ ଜିତିବାର ଏହି ଯାତ୍ରା ୧୯୩୬ରେ ଆରମ୍ଭ ହୋଇଥିଲା ସତ କିନ୍ତୁ ସେତେବେଳେ ଭାରତ ବ୍ରିଟିଶଙ୍କ ଅଧିନରେ ରହିଥିଲା । ଏହି ଯାତ୍ରାକୁ ପୁରା କରିବାକୁ ୧୨ ବର୍ଷ ସମୟ ଲାଗିଥିଲା । କହିରଖୁଛୁ ଯେ ଭାରତ ୧୨ ଅଗଷ୍ଟ ୧୯୪୮ରେ ଅଲମ୍ପିକରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଥିଲେ ।

ଟିଭି ଅଭିନେତ୍ରୀ ମୌନି ରୟ ଏହି ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରୁଛନ୍ତି । ଫିଲ୍ମ ୧୫ ଅଗଷ୍ଟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More