Only for Entertainment

‘ଗୋଲ୍ଡ’ର ନୂଆ ପୋଷ୍ଟର ରିଲିଜ, ଭାରତର ଜାତୀୟ ପତାକାକୁ ଛାତିରେ ଜାକି ନଜର ଆସିଲେ ଅକ୍ଷୟ

zee news
0 36

ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ ଶୀଘ୍ର ଫିଲ୍ମ ‘ଗୋଲ୍ଡ’ରେ ନଜର ଆସିବେ । ଅକ୍ଷୟ କୁମାରଙ୍କ ଏହି ଫିଲ୍ମ କିଛି ସମୟରୁ ଖୁବ ଚର୍ଚ୍ଚାରେ ରହିଛି । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି । ପୋଷ୍ଟରରେ ଅକ୍ଷୟ କୁମାର ସିରିୟସ ଲୁକରେ ନଜର ଆସିଛନ୍ତି ଅକ୍ଷୟ । ଫିଲ୍ମ ଚଳିତ ବର୍ଷ ୧୫ ଅଗଷ୍ଟ ଅର୍ଥାତ ସ୍ୱାଧିନତା ଦିବସରେ ରିଲିଜ ହେବ ।

ଅକ୍ଷୟ ସେୟାର କରିଥିବା ଏହି ପୋଷ୍ଟରରେ ଅକ୍ଷୟ ଭାରତର ଜାତୀୟ ପତାକାକୁ ଛାତିରେ ଜାକି ଧରିଥିବା ଦେଖିବାକୁ ମିଳିଛି । ଏହା ସହିତ ଅକ୍ଷୟଙ୍କ ଆଖିରେ ଅଲମ୍ପିକ ଗୋଲ୍ଡ ମେଡାଲ ଜିତିବାର ନିଆଁ ମଧ୍ୟ ଦେଖିବାକୁ ମିଳିଛି । ପୋଷ୍ଟରରେ କେବଳ ଅକ୍ଷୟ ନୁହଁନ୍ତି ବରଂ ପୁରା ହକି ଟିମକୁ ଦେଖିବାକୁ ମିଳିଛି । ଅକ୍ଷୟ ପୋଷ୍ଟର ସେୟାର କରି ଲେଖିଥିଲେ ‘ଦେଶ ନିର୍ମାଣ ପାଇଁ ଦେଶବାସୀଙ୍କ ଆଖିରେ ଗୋଟିଏ ସ୍ୱପ୍ନ ରହିବା ଆବଶ୍ୟକ ।’


ଖବର ଅନୁସାରେ ଏହି ଫିଲ୍ମରେ ଅଭିନେତ୍ରୀ ମୌନି ରୟ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହିତ ଲିଡ ରୋଲରେ ନଜର ଆସିବେ । ଏହା ପରେ ମୌନି ଫିଲ୍ମ ‘ବ୍ରହ୍ନାସ୍ତ୍ର’ରେ ନଜର ଆସିବେ । ‘ବ୍ରହ୍ନାସ୍ତ୍ର’ରେ ସେ ରଣବୀର କପୁର ଏବଂ ଅମିତାଭ ବଚ୍ଚନଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More