Only for Entertainment

ପ୍ରଥମ ବଲିଉଡ ଫିଲ୍ମ ଭାବେ ଟୋକିଓ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ପ୍ୟାଡମ୍ୟାନ

50

ଅକ୍ଷୟ କୁମାରଙ୍କ ଅଭୀନିତ ପ୍ୟାଡମ୍ୟାନକୁ ଆଉ ଏକ ସଫଳତା । ପ୍ରଥମ ବଲିଉଡ ଫିଲ୍ମ ଭାବେ ଟୋକିଓ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ପ୍ୟାଡମ୍ୟାନ । ୩୧ତମ ଫିଲ୍ମ ଫେଷ୍ଟିଭାଲରେ ଏକ ମାତ୍ର ବଲିଉଡ ଫିଲ୍ମ ଭାବେ ପ୍ୟାଡମ୍ୟାନ ପ୍ରଦର୍ଶିତ ହେବ । ଏନେଇ ସ୍ୱତନ୍ତ୍ର ଭାବେ ଜାପାନୀ ଭାଷାରେ ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି ।

ସତ୍ୟ କାହାଣୀକୁ ଆଧାର କରି ନିର୍ମିତ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ କୁମାର ଓ ରାଧିକା ଆପତେଙ୍କ ଅଭିନୟ ଦେଖିବାକୁ ମିଳିଥିଲା ।ଦର୍ଶକ ମାନେ ଫିଲ୍ମକୁ ବେଶ ପସନ୍ଦ କରିଥିଲେ । ଫିଲ୍ମର ନିଜର ବଳିଷ୍ଟ କାହାଣୀ ଓ କଳାକାରଙ୍କ ଦମଦାର ଅଭିନୟ ପାଇଁ ଫ୍ୟାନଙ୍କ ପ୍ରଂଶସା ମଧ୍ୟ ସାଉଁଟିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More