Only for Entertainment

ପଣା ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଲେ ଅକ୍ଷୟ ଓ ଅମିତାଭ ବଚ୍ଚନ । ଲୋକ କହିଲେ ଗଜବ ।

aajtak
0 43

ବଲିଉଡ ଅଭିନେତା ଅକ୍ଷୟ କୁମାର ପଣା ସଂକ୍ରାନ୍ତିରେ ନିଜର ଏକ ଫଟୋ ସେୟାର କରି ଫ୍ୟାନ୍ସ ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ସେ ଏହି ଫଟୋରେ ଏକ ଶିଖ ଲୁକରେ ନଜର ଆସିଛନ୍ତି ।

 


ଅକ୍ଷୟ ପଂଜାବୀରେ ଲେଖିଛନ୍ତିଯେ, ତୁହାନୁ ସାରେୟାନ ନୁ ବୈଶାଖି ଦି ସୋହନି ସେବର ମୁବାରକ ହୋଭ । ହସଦେ ଭସଦେ ରହୋ । ବାସ୍ତବରେ ଅକ୍ଷୟ ତାଙ୍କ ଫିଲ୍ମ କେସରୀରୁ ଏହି ଫଟୋ ସେୟାର କରିଛନ୍ତି । କେସରୀ ଏକ ପିରିୟଡ ଡ୍ରାମା । ଏହା ଚର୍ଚ୍ଚିତ ସାରାଗଢୀ ଲଢେଇ ଉପରେ ଆଧାରିତ,ଯାହା ୧୮୯୭ରେ ବ୍ରିଟିଶ ଭାରତୀୟ ସେନାର ଏକ ଛୋଟ ଟୁକୁଡ଼ା ଓ ଆଫଗାନି ସେନା ମଧ୍ୟରେ ହୋଇଥିଲା । ଏହି ଲଢେଇରେ ଭାରତୀୟ ବ୍ରିଟିଶ ସେନାର ୨୧ ଶିଖ ଜୱାନ ୧୦ ହଜାର ଆଫଗାନି ସେନାର ମୁକାବିଲା କରିଥିଲେ । ତେବେ ଏହି ଫିଲ୍ମରେ ପରିଣୀତି ଚୋପ୍ରା ମଧ୍ୟ ନଜର ଆସିବେ ।

 


ଫିଲ୍ମରେ ଏହି ଲୁକକୁ ନେଇ ଅକ୍ଷୟ ଖୁବ ଚର୍ଚ୍ଚାରେ ଅଛନ୍ତି । ଏହା ସହିତ ସେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଲେଖିଛନ୍ତିେ. ‘ ଆଜ ସେଟ ପର ମାସୁମୋ ମୁସ୍କାନେ ।

ଅକ୍ଷୟଙ୍କ ବ୍ୟତୀତ ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଫ୍ୟାନଙ୍କୁ ଜଣାଇଲେ ଶୁଭକାମନା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More