Only for Entertainment

ଆଜି ଅକ୍ଷୟ ତୃତୀୟା, ଜାଣନ୍ତୁ କଣ ଦାନ କଲେ ହେବ ଶୁଭ !

amarujala
0 72

ଦେଶରେ ଚଳିତ ବର୍ଷଅକ୍ଷୟ ତୃତୀୟା ପର୍ବ ବୁଧବାର , ୧୮ଅପ୍ରେଲରେ ପାଳିତ ହୋଇଛି । ହିନ୍ଦୁ କ୍ୟାଲେଣ୍ଡର ମୁତାବିକ ଏହି ଉତ୍ସବ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଅର୍ଥାତ ୩ୟ ଦିନରେ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ପର୍ବକୁ ଖୁବ ଶୁଭ ମନାଯାଏ । ମାନ୍ୟତା ରହିଛି ଯେ ଏହି ଦିନରେ ସତ୍ୟଯୁଗ ଆରମ୍ଭ ହୋଇଥିଲା । ବେଦବ୍ୟାସ ଏବଂ ଭଗବାନ ଗଣେଶ ଏହି ଦିନରେ ମହାଭାରତ ଲେଖିବା ଆରମ୍ଭ କରିଥିଲେ ।

Akshaya-Tritiya-620x400

ଏହି ଦିନରେ ବ୍ରାହ୍ମଣଙ୍କୁ ଦାନ କରିବା ଖୁବ ଲାଭଦାୟକ ହୋଇଥାଏ । ଏହି ଦିନରେ ଘର ପାଇଁ କିଣାକିଣି କରିବା ଶୁଭ ଅଟେ । ଏହି ଦିନରେ ସୁନା କିଣିବା ଶୁଭ ବୋଲି ମାନ୍ୟତା ରହିଛି । ଅକ୍ଷୟ ଅର୍ଥାତ ସନାତନ ଏବଂ ତୃତୀୟା ଅର୍ଥାତ ୩ୟ ।
ଏହି ଦିନରେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ଯଅ, ଛତୁଆ, କାକୁଡି ଏବଂ ଚଣା ଡାଲି ଅର୍ପଣ କରାଯାଏ । ଏହି ଦିନରେ ଗରିବ ମାନଙ୍କୁ ସରବତ, ଥଣ୍ଡା କ୍ଷୀର, ଚପଲ ଏବଂ ଛତା ଦାନ କରିବା ଶୁଭ ଅଟେ ।

କାହିଁକି ପାଳନ କରାଯାଏ ଅକ୍ଷୟ ତୃତୀୟା-

ଏହି ପର୍ବ ହିନ୍ଦୁ ଏବଂ ଜୈନ ଧର୍ମ ଲୋକମାନେ ପାଳନ କରନ୍ତି । ଏହି ଦିନରେ ପର୍ଶୁରାମଙ୍କ ଜନ୍ମ ହୋଇଥିଲା ତେଣୁ ଜୈନ ଧର୍ମର ଲୋକମାନେ ଏହାକୁ ପର୍ଶୁରାମ ଜୟନ୍ତୀ ରୂପେ ପାଳନ କରନ୍ତି । ସେହିଭଳି ଏହି ଦିନରେ ସ୍ନାନ, ହୋମ, ଜପ, ଦାନ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ମାନ୍ୟତା ରହିଛି କି ସୁନା କିଣିବାଦ୍ୱାରା ସୁଖ ସମୃଦ୍ଧ ପ୍ରାପ୍ତ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More