Only for Entertainment

ପରଦାରେ ପୃଥ୍ୱୀରାଜ ଚୌହାନଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ ।

you tube
0 43

ୟଶରାଜ ବ୍ୟାନରରେ ନିର୍ମାଣ ହେବାକୁ ଥିବା ଆଗାମୀ ଫିଲ୍ମରେ ପୃଥ୍ୱୀରାଜ ଚୌହାନ ଭୂମିକାରେ ଅକ୍ଷୟ କୁମାରଙ୍କୁ ସାଇନ କରାଯାଇଛି । ଫିଲ୍ମର ଟାଇଟଲ ପ୍ରସ୍ତୁତ କରାଯାଇନଥିଲେ ମଧ୍ୟ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ନଜର ଆସିବେ । ଶେଷ ଥରପାଇଁ ଅକ୍ଷୟ ୨୦୦୮ରେ ଫିଲ୍ମ ‘ଟସନ’ରେ ୟଶରାଜ ବ୍ୟନରରେ କାମ କରିଥିଲେ । ପୂର୍ବ ସଫଳତାକୁ ପୁଣିଥରେ ଦେହରାଇବାକୁ ପ୍ରସ୍ତୁତ ହେଉଛନ୍ତି ୟଶରାଜ ବ୍ୟାନର ।

ଫିଲ୍ମରେ ରାଜା ପୃଥ୍ୱୀରାଜ ଚୌହାନଙ୍କ ବୀରତ୍ୱ ସହିିତ ରାଜ କୁମାରୀ ସଂଯୁକ୍ତାଙ୍କ ସହ ପ୍ରେମ କାହାଣୀକୁ ଫିଲ୍ମରେ ଫିଲ୍ମରେ ବର୍ଣ୍ଣନା କରାଯିବ । ଅକ୍ଷୟ ଏବେ ଫିଲ୍ମ ‘ହେରାଫେରୀ-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ତେଣୁ ଏହାର ସୁଟିଂ ପରେ ସେ ୟଶରାଜ ପ୍ରଡକ୍ସ ନ ପାଇଁ କାମ ଆରମ୍ଭ କରିବେ ।

ସୂଚନା ଯୋଗ୍ୟ ଯେ, ରାଜା ପୃଥ୍ୱୀରାଜ ଚୌହାନଙ୍କ ବାପା ସମେଶବରାଙ୍କ ପରେ ସେ ରାଜଗାଦୀ ସମ୍ଭାଳିଥିଲେ । ଉଭୟ ରଣନୀତିରେ ଅପ୍ରତିଦ୍ୱନ୍ଦୀ ଥିଲେ । ରାଜା ପୃଥ୍ୱୀରାଜ ଚୌହାନ ନିଜ ଶତୃଙ୍କ ଝିଅ ସଂଯୁକ୍ତାଙ୍କୁ ପ୍ରେମ ବିବାହ କରିଥିଲେ । ଫିଲ୍ମର ସୁଟିଂ ପାଇଁ ଅକ୍ଷୟ ଆଗ୍ରହୀ ଥିବା ଜଣାପଡିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More