Only for Entertainment

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ‘ମିଲନ୍ ଟକିଜ୍’ର ପ୍ରଥମ ଟ୍ରେଲର୍ ରିଲିଜ, ଦେଖିବାକୁ ମିଳିବ ନିଆରା ପ୍ରେମ କାହାଣୀ !

28

ଆଗାମୀ ବଲିଉଡ୍ ଆକ୍ସନ୍ – ରୋମାଂଟିକ୍ ଫିଲ୍ମ ‘ମିଲନ୍ ଟକିଜ୍’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଅଲ୍ଲି ଫଜଲ୍ ଓ ଅଭିନେତ୍ରୀ ଶ୍ରଦ୍ଧା ଶ୍ରୀନାଥଙ୍କୁ ଦେଖିବାକୁ ମିଳିବ । ଜଣେ ଯୁବକ, ଅଭିନୟ ପ୍ରତି ଯାହାର ବିଶେଷ ରୁଚି ଥାଏ ଏବଂ ସେ ନିର୍ଦ୍ଦେଶକ ହେବାର ବି ସ୍ୱପ୍ନ ଦେଖେ । ହେଲେ ପ୍ରେମରେ ପଡିଯାଏ ସେହି ଯୁବକ ।

ଜଣେ ବ୍ରାହ୍ମଣ ଘରର ଝିଅକୁ ଭଲ ପାଇ ବସେ ସେ । ଆଉ ଏହି ପ୍ରେମ ହିଁ ତାର ଜୀବନ ବଦଳାଇଦିଏ । ସେହି ଯୁବକ ପଛରେ ପଡିଯାଇଛନ୍ତି ତାର ପ୍ରେମିକାର ଭାଇ ଓ ବାପା । ଏମିତି ଏକ ଭିନ୍ନ ସ୍ୱାଦର ପ୍ରେମକାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ମିଲନ୍ ଟକିଜରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଅଲ୍ଲି ଫଜଲ୍, ଶ୍ରଦ୍ଧା ଶ୍ରୀନାଥ, ଆଷୁତୋଷ ରାଣା, ସଂଜୟ ମିଶ୍ରା, ରିଚ୍ଚା ସିହ୍ନା, ତିଗମାଂଶୁ ଧୂଲିଆ ଓ ସିକନ୍ଦର୍ ଖେର୍ ଆଦି କଳାକାର ।

ପି.ଏସ୍ ଚଟୱାଲଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ତିଙ୍ଗମାଂସୁ ଧୂଲିଆ । ଏହି ଅପକମିଂ ସିନେମାରେ ସଙ୍ଗୀତର ଭାର ତୁଲାଇଛନ୍ତି ରାନା ମଜୁମଦାର୍ ଓ ଅକୃତି କକ୍କର୍ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ମିଲନ୍ ଟକିଜ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More