Only for Entertainment

ଏକା ସହିତ ବିଜ୍ଞାପନ କରିବା ପାଇଁ ମନା କଲେ ରଣବୀର-ଆଲିଆ, ଜାଣନ୍ତୁ ଏହା ପଛର କାରଣ ।

zeenews
0 37

ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ନିଜର ରିଲେସନସିପକୁ ନେଇ ଚର୍ଚ୍ଚାରେ । ଖବର ଅନୁସାରେ ଦୁହୁଁଙ୍କୁ ଏକ ବିଜ୍ଞାପନରେ ଏକାଠି କାମ କରିବାର ଅଫର ମିଳିଥିଲା । କିନ୍ତୁ ଦୁହେଁ ଏହା ସହିତ କାମ କରିବା ପାଇଁ ମନା କରିଦେଇଛନ୍ତି । ତେବେ ଏହି ବିଜ୍ଞାପନରେ କାମ ନକରିବା ପଛରେ କରଣ ଜୋହରଙ୍କ ହାତ ରହିଛି ବୋଲି ଶୁଣିବାକୁ ମିଳିଛି ।

ସୂଚନା ଅନୁସାରେ, କରଣ ଜୋହରଙ୍କ ମତରେ ଏବେ ରଣବୀର ଏବଂ ଆଲିଆଙ୍କ ପାଇଁ ରିଲେସନସିପକୁ ଏକ୍ସପୋଜ କରିବାର ସମୟ ଆସିନାହିଁ । ଫିଲ୍ମ ‘ବ୍ରହ୍ନାସ୍ତ୍ର’ ଆଗାମୀ ବର୍ଷ ଆଗଷ୍ଟରେ ରିଲିଜ ହେବ । ଏଥିପାଇଁ ଅନେକ ସମୟ ବାକି ଅଛି । କରଣଙ୍କ ଅନୁସାରେ ଯଦି ଦୁହେଁ ଫିଲ୍ମ ରିଲିଜ ପାଖାପାଖି ନିଜର ରିଲେସନସିପକୁ ଏକ୍ସପୋଜ କରିବେ ତେବେ ଫିଲ୍ମକୁ ଏହାର ଫାଇଦା ମିଳିବ । ଏହି କାରଣରୁ କରଣ ଜୋହର ଦୁହିଁଙ୍କୁ ଏକା ସହିତ ଆଡ ସୁଟ କରିବା ପାଇଁ ମନା କରିଛନ୍ତି ।

alia

ଆପଣଙ୍କୁ କହିରଖୁଛୁ ଯେ, ବର୍ତ୍ତମାନ ଫିଲ୍ମ ‘ବ୍ରହ୍ନାସ୍ତ୍ର’ର ପ୍ରଥମ ଭାଗର ସୁଟିଂ ଆରମ୍ଭ ହୋଇଛି । ଫିଲ୍ମର ପ୍ରଥମ ସିଡ୍ୟୁଲ ବୁଲଗେରିଆରେ ଶେଷ ହୋଇଛି । ଫିଲ୍ମ ଆଗାମୀ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବ । ଫିଲ୍ମରେ ଆଲିଆ ଏବଂ ରଣବୀରଙ୍କ ବ୍ୟତିତ ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ରଣବୀରଙ୍କ ବିଷୟରେ କହିବାକୁ ଗଲେ ଫିଲ୍ମ ‘ବ୍ରହ୍ନାସ୍ତ୍ର’ ପୂର୍ବରୁ ସେ ସଂଜୟ ଦତ୍ତଙ୍କ ବାୟୋପିକ ସଂଜୁରେ ନଜଙ୍ଗର ଆସିବେ । ଫିଲ୍ମ ୨୯ ଜୁନ ୨୦୧୮ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More