Only for Entertainment

ଆଗାମୀ ବର୍ଷ ରଣବୀରଙ୍କ ସହିତ ବିବାହ କରିବେ କି ଆଲିଆ ? ପଢନ୍ତୁ ମହେଶ ଭଟ୍ଟଙ୍କ ଜବାବ ।

English News
0 33

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ରିଲେସନସିପକୁ ନେଇ ଏବେ ଢେର ଚର୍ଚ୍ଚା । ଉଭୟ ଆଲିଆ ଏବଂ ରଣବୀର ମିଡିଆ ସମ୍ନାରେ ରିଲେସନସିପକୁ ସ୍ୱିକାର କରିଛନ୍ତି । ଏବେ ଫ୍ୟାନମାନ ଦୁହିଁଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଦୁହିଁଙ୍କ ରିଲେସନସିପ କ’ଣ ଏତେ ଗମ୍ଭୀର ଯେ ଦୁହେଁ ଆଗାମୀ ବର୍ଷ ବିବାହ କରିବେ ? ଏହି ବାବଦରେ ଆଲିଆଙ୍କ ପିତା ମହେଶ ଭଟ୍ଟଙ୍କୁ ଏକ ପ୍ରେସ କନଫେରେନ୍ସରେ ପଚରାଯାଇଥିଲା ।

ଏହାର ଉତ୍ତରରେ ଆଲିଆଙ୍କ ପିତା ଫିଲ୍ମ ନିର୍ମାତା ମହେଶ ଭଟ୍ଟ ନା ସିଧା ସିଧା ମନା କରିଥିଲେ ନା ହଁ କହିଥିଲେ । ସେ କହିଥିଲେ, ମୁଁ ମୋ ଛୁଆମାନଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଲାଇଫ ବିଷୟରେ ପଚାରେ ନାହିଁ । ସେମାନେ ବଡ ହେଲେଣି ଏବଂ ସେମାନେ ତାଙ୍କର ନିଷ୍ପତି ନେଇ ପାରିବେ । ସାର୍ବସାଧାରଣରେ ଏହି ବିଷୟରେ ଆଲୋଚନା କରି ମୁଁ ସେମାନଙ୍କୁ ଲଜ୍ଜିତ ଅନୁଭବ କରିବାକୁ ଚାହୁଁନି ।

Alia-Bhatt-Mahesh-Bhatt-Vogue-BFF

ମହେଶ ଭଟ୍ଟ ଏହା ମଧ୍ୟ କହିଥିଲେ ସେ ତାଙ୍କ ଛୁଆମାନଙ୍କୁ ନିଜ ଜୀବନ ବିଷୟରେ ନିଷ୍ପତି ନେବାର ଅଧିକାର ଦେଇଛନ୍ତି ଏବଂ ତାଙ୍କ ନିଷ୍ପତିକୁ ସମ୍ମାନ ଜଣାଇଥାନ୍ତି । ଆପଣଙ୍କୁ କହିରଖୁଛୁ ଯେ ନିକଟରେ ଆଲିଆ ଏକ ଇଣ୍ଟରଭ୍ୟୁରେ କହିଥିଲେ ସେ ଏବେ ସିଙ୍ଗିଲ ନାହାନ୍ତି ବୋଲି । ଅନ୍ୟପକ୍ଷରେ ରଣବୀର ମଧ୍ୟ ଆଲିଆଙ୍କ ସହିତ ତାଙ୍କର ସମ୍ପର୍କକୁ ମିଡିଆ ସମ୍ନାରେ ସ୍ୱିକାର କକରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏ ଦୁହିଁଙ୍କ ବ୍ୟତିତ ଫିଲ୍ମରେ ଅମିତାଭ ବଚ୍ଚନ ଏବଂ ମୌନି ରୟ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More