Only for Entertainment

ରଣବୀରଙ୍କ ମା’ଙ୍କୁ ଆଲିୟା ଏଭଳି କଲେ ବର୍ଥଡେ ୱିଶ !

48

ବଲିଉଡ ସୁନ୍ଦରୀ ଆଲିୟା ଭଟ୍ଟ ଏବଂ ଅଭିନେତା ରଣବୀର କପୂର ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି , ଯାହା ସାରା ଭାରତ ଜାଣିଛି । ସୁନ୍ଦରୀ ଆଲିୟା ଅନେକ ସମୟରେ ରଣବୀରଙ୍କ ପରିବାର ସହ ସମୟ ବିତାଇଥାଆନ୍ତି ଏବଂ କିଛି ଦିନ ପୂର୍ବେ ରଣବୀର ଏବଂ ଆଲିୟା ରଣବୀର କପୂରଙ୍କୁ ଦେଖା କରିବାକୁ ନ୍ୟୁୟର୍କ ଯାଇଥିଲେ । ଆଜି ନିତୁ କପୂରଙ୍କ ୬୧ତମ ଜନ୍ମଦିନ ଶୁଭେଚ୍ଛା ଆଲିୟା ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି ।

ବଲିଉଡ ଅଭିନେତ୍ରୀ ଆଲିୟା ନିତୁଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ଏବଂ ଏହାସହ ଜନ୍ମଦିନ ପାଇଁ ଏକ ମେସେଜ ମଧ୍ୟ ଲେଖିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଆଲିୟା ଲେଖିଛନ୍ତି , ‘ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା, ଆଜି ଆପଣଙ୍କ ଦିନ ଭଲ ପାଇବା, ହସ ଏବଂ କେକ ସହ ଭଲରେ ବିତୁ । ଆପଣଙ୍କୁ ମୋ ତରଫରୁ ଟାଇଟ ହଗ ।’

ଆପଣ ଏଠାରେ ଦେଖି ପାରୁଥିବେ ଆଲିୟା ଏବଂ ନୀତୁଙ୍କ ସ୍ପେଶାଲ ବଣ୍ଡିଂ ନଜର ଆସୁଛି । ଏହାସହ ଆପଣଙ୍କ ଏଠାରେ ଜଣାଇ ରଖୁଛୁ ଯେ ଆଲିୟାଙ୍କର କପୂର ପରିବାର ସହ ଅନେକ ଫଟୋ ଦେଖିବାକୁ ମିଳେ । ସେହିଭଳି ଏବେ ଏହି ଫଟୋ ଆଲିୟା ନିଜେ ଶେୟାର କରିଛନ୍ତି । ତେବେ ନିକଟରେ ଆଲିୟା ଏବଂ ରଣବୀର ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସୁଟିଂ କିଛି ଦିନ ପୂର୍ବେ ଶେଷ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More