Only for Entertainment

ରଣବୀରଙ୍କୁ ବିବାହ କରିବା ପାଇଁ ଆଲିଆ ପ୍ରଥମରୁ କରିଥିଲେ ପ୍ଲାନିଂ, ଏହି ଭିଡିଓ ହେଉଛି ଏହାର ପ୍ରମାଣ ।

Pictureviral
0 63

ବି-ଟାଉନରେ ଏବେ ଆଲିଆ ଏବଂ ରଣବୀରଙ୍କ ଅଫେୟାର ଚର୍ଚ୍ଚାରେ । ଦୁହିଁଙ୍କୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ । ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ଦୁହେଁ ନିଜର ରିଲେସନସିପକୁ ମଧ୍ୟ ଖୋଲାଖୋଲି ଭାବେ ସ୍ୱିକାର କରିଛନ୍ତି । ତେବେ ଏହାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ରଣବୀର ଏବେ ଆଲିଆଙ୍କ ପ୍ରେମରେ ପଡିଛନ୍ତି ସତ କିନ୍ତୁ ଆଲିଆଙ୍କର ବହୁ ପୂର୍ବରୁ ରଣବୀରଙ୍କ ସହିତ କ୍ରଶ ରହିଛି ।

ନିକଟରେ ଆଲଆଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ କହିଛନ୍ତି ଯେ ସେ ରଣବୀର କପୁରଙ୍କୁ ଭଲପାଆନ୍ତି ଏବଂ ବିବାହ କରିବାକୁ ଚାହାଁନ୍ତି । ଏହି ଭିଡିଓ କରନ ଜୋହରଙ୍କ ଶୋ’ ‘କଫି ୱିକ କରନ’ର ଯେଉଁଥିରେ ଅଲିଆଙ୍କ ସହିତ ପରିଣୀତି ମଧ୍ୟ ନଜର ଆସିଥିଲେ ।

 

ସେହି ସମୟରେ ଆଲିଆଙ୍କ ଏହି ବୟାନକୁ କେହି ଧ୍ୟାନ ଦେଇନଥିଲେ ଯେ ରଣବୀରଙ୍କୁ ବିବାହ କରିବାକୁ ଚାହାଁନ୍ତି । ସେହି ସମୟରେ ସେ ଏହାକୁ ମଜାକରେ କହିଛନ୍ତି ସତ କିନ୍ତୁ ଏବେ ଆଲିଆ ଏବଂ ରଣବୀରଙ୍କ ମଧ୍ୟରେ ଯାହା କିଛି ରହିଛି ତାହା ଖୁବ ଖାସ । ଆଲିଆଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆ ଭାଇରାଲ ହେବାରେ ଲାଗିଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଦୁହେଁ ଖୁବ ଶୀଘ୍ର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More