ଆଲିୟା ଭଟ୍ଟ ବିକ୍କି କୌଶଲଙ୍କ ଆଗାମୀ ‘ରାଜି’ର ଆଉ ଏକ ନୂଆ ଗୀତ ‘ଦିଲବରୋ’ ରିଲିଜ ହୋଇଛି । ଏହା ପୂର୍ବରୁ ଫିଲ୍ମର ପ୍ରଥମ ଗୀତ ‘ଏ ୱତନ’ ରିଲିଜ ହୋଇଥିଲା । ସୁଫି ଗୀତ ପାଇଁ ପ୍ରସିଦ୍ଧ ଗାୟିକା ହର୍ଷଦୀପ କୌର ‘ଦିଲବରୋ’ ଗୀତକୁ ଗାଇଛନ୍ତି । ଏହି ଗୀତରେ ଆଲିୟା ଏବଂ ବିକ୍କିଙ୍କ ବିବାହର ଦୃଶ୍ୟକୁ ଦର୍ଶାଯାଇଛି । ଗୀତକୁ ଗୁଲଜାର ଲେଖିଥିବା ବେଳେ ଗୀତଟି ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଛି ।
ଦେଖନ୍ତୁ ଗୀତ…
କହିରଖୁଛୁ ଯେ ଫିଲ୍ମରେ ଆଲିୟା ଭଟ୍ଟ ଏକ ଜାସୁସ ଭୂମିକାରେ ନଜର ଆସିଛନ୍ତି ଯେ ନିଜର ଦେଶ ପାଇଁ ପାକିସ୍ତାନୀ ସେନାର ଜଣ ଅଧିକାରୀଙ୍କ ସହିତ ବିବାହ କରିଥାଏ । ଫିଲ୍ମରେ ଆଲିୟା ନିଜ ମା’ ସୋନି ରାଜଦାନଙ୍କ ସହିତ ନଜର ଆସିବେ । ଏହି ଫିଲ୍ମକୁ ଧର୍ମା ପ୍ରଡକ୍ସନ ଏବଂ ଜଙ୍ଗଲୀ ପିକଚର୍ସ ମିଳିତ ଭାବେ ନିର୍ମାଣ କରିଛନ୍ତି । ଫିଲ୍ମର କାହାଣୀ ଏକ ରିୟଲ ଲାଇଫ ଷ୍ଟୋରୀ ଉପରେ ଆଧାରିତ । ଏହା ୧୧ ମଇକୁ ରିଲିଜ ହେବ ।