Only for Entertainment

ଟଙ୍କା ଦେଇ ପୁରସ୍କାର ଜିତିଛନ୍ତି ଆଲିୟା ଭଟ୍ଟ?

30

କଙ୍ଗନା ରାଣାୱତ୍ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସବୁବେଳେ ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ଦୁହେଁ ଅନେକ ବଲିଉଡ୍ କଳାକାରଙ୍କୁ ଟାର୍ଗେଟ କରିବା ସହ ଟୁଇଟ୍ ଜରିଆରେ ସେମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛନ୍ତି। ଏବେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛନ୍ତି। ଟଙ୍କା ଦେଇ ଆଲିଆ ଆୱାର୍ଡ କିଣୁଥିବା କହିବା ସହ  ସେ ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ ଆଲିଆ ଭଲ ଅଭିନେତ୍ରୀର ଆୱାର୍ଡ ନେଇ ବାହାରୁଥିବାର ଦେଖାଯାଇଛି। ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି। ତେବେ ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଆଲିଆ ଆୱାର୍ଡ ଧରି ବାହାରକୁ ଆସୁଥିବା ଦେଖି ରଙ୍ଗୋଲି ତାଙ୍କୁ ଟାର୍ଗେଟ କରିଛନ୍ତି।

 

ଭିଡିଓ ଟୁଇଟ୍ କରି ସେ ଲେଖିଛନ୍ତି କି, ‘ଏତିକି ତ ସଚ୍ଚୋଟପଣିଆ ଅଛି କି ତୁମେ ଏହି କାମ ଲୁଚି ଲୁଚି କରୁଛ। ସମସ୍ତଙ୍କ ଆଗରେ ନୁହଁ।’ ତେବେ ରଙ୍ଗୋଲିଙ୍କ ଏଭଳି ଟୁଇଟର କୌଣସି ଜବାବ ରଖିନାହାନ୍ତି ଆଲିଆ। ଆୱାର୍ଡ ସୋ’ ଆରମ୍ଭ ହେବା ପୂର୍ବରୁ ଆଲିଆ ଆୱାର୍ଡ ଧରି ଆସୁଥିବାରୁ ଟଙ୍କା ଦେଇ ସେ ଆୱାର୍ଡ କିଣୁଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ସହ ଭିଡିଓ ପଛରେ ଆଲିଆଙ୍କ ମ୍ୟାନେଜର କହୁଥିବା କଥା ଚର୍ଚ୍ଚାକୁ ସ୍ପଷ୍ଟ କରିଛି।

କ୍ୟାମେରା ପଛରେ ଆଲିଆଙ୍କ ମ୍ୟାନେଜର କହୁଛନ୍ତି କି, ‘ଏବେ ଫଟୋ ‌ବା ଭିଡିଓ ସେୟାର କରିବନି ତ? ପ୍ରଶ୍ନ ଶୁଣି ଫଟୋଗ୍ରାଫର କହୁଛନ୍ତି କି, ନାଁ ଗୋଟେ ଘଣ୍ଟା ପରେ। ଏହା ପରେ ଆଲିଆଙ୍କ ମ୍ୟାନେଜର କହୁଛନ୍ତି, ନାଁ ୭ଟା ପରେ ସେୟାର କରିବ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More