Only for Entertainment

ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ’ରେ ସ୍କ୍ରିନ ସେୟାର କରିବେ ଆଲିଆ ଭଟ୍ଟ-କାର୍ତ୍ତିକ ଆର୍ୟନ !

planetbollywood
37

ସଲମାନ ଖାନ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଇଂଶାଲ୍ଲାହ’ ବନ୍ଦ ହେବା ପରେ ଫ୍ୟାନ୍ସ ଏହାକୁ ନେଇ ଖୁବ ନିରାଶ ହୋଇଥିଲେ । ଏହି ଫିଲ୍ମ ଜରିଆରେ ୧୯ ବର୍ଷ ପରେ ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ସଲମାନ ଖାନ ନଜର ଆସିଥାନ୍ତେ କିନ୍ତୁ ଏହା ସମ୍ଭବ ହୋଇପାରିଲା ନାହିଁ । ଏହି ଫିଲ୍ମ ବନ୍ଦ ହୋଇଯାଇଛି ସତ କିନ୍ତୁ ଆଲିଆ ସଂଜୟ ଲୀଲା ଭଂସାଲୀଙ୍କ କାମ କରିବା ଖବର ଏବେ ମଧ୍ୟ ଚର୍ଚ୍ଚାରେ ରହିଛି ।

ନିକଟରେ ଆଲିଆ ଆଇଫା ଆୱାର୍ଡରେ କହିଥିଲେ ଯେ ସେ ଖୁବ ଶୀଘ୍ର ସଂଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ କାମ କରିବେ । ଖବର ରହିଛି ଯେ ସଂଜୟଙ୍କ ଫିଲ୍ମ ‘ଗଙ୍ଗୁବାଇ’ରେ ଆଲିଆ ନଜର ଆସିବେ । ଏହି ଫିଲ୍ମକୁ ନେଇ ଏବେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମରେ ଆଲିଆଙ୍କ ସାଥ ଦେବେ ସୋନୁ କେ ଟିଟୁ କି ସ୍ୱିଟିି ଫେମ ଅଭିନେତା କାର୍ତ୍ତିକ ଆର୍ୟନ ।

 

ମିଡିଆ ରିପୋର୍ଟ ଅନୁସାରେ କାର୍ତ୍ତିକଙ୍କୁ ସଂଜୟ ଲୀଲା ଭଂସାଲୀଙ୍କ ଅଫିସ ବାହାରେ ସ୍ପଟ କରାଯାଇଥିଲା । ଏଥୁରୁ ଅନୁମାନ କରାଯାଉଛି ଯେ ଫିଲ୍ମ ଗଙ୍ଗୁବାଇରେ ଆଲିଆ ଏବଂ କାର୍ତ୍ତିକଙ୍କ ଯୋଡି ଦେଥିବାକୁ ମିଳିପାରେ । ଫ୍ୟାନ୍ସ ମଧ୍ୟ ଦୁହିଁଙ୍କୁ ବେସ ପସନ୍ଦ କରିଥାନ୍ତି ଯଦି ଦୁହେଁ ଫିଲ୍ମରେ ଏକା ସହିତ ନଜର ଆସନ୍ତି ତେବେ ଏହି ନୂଆ ଯୋଡିକୁ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିବେ ।

କହିରଖୁଛୁ ଯେ, ଫିଲ୍ମ ଗଙ୍ଗୁବାଇ ଲେଖକ ଦୁସେନ ଜୈଦୀଙ୍କ ପୁସ୍ତକ ମାଫିଆ କ୍ୱିନ୍ସ ଅଫ ମୁମ୍ବାଇର ଏକ ଚ୍ୟାପ୍ଟର ଉପରେ ଆଧାରିତ । ସଂଜୟ ପ୍ରଥମେ ଏହି ଫିଲ୍ମ ପାଇଁ ପ୍ରିୟଙ୍କାଙ୍କୁ ନେବା ପାଇଁ ଚାହୁଁଥିଲେ । କିନ୍ତୁ ଏବେ ଏହି ଫିଲ୍ମ ପାଇଁ ଆଲିଆଙ୍କ ନାମ ସାମ୍ନାକୁ ଆସୁଛି ।

 

 

View this post on Instagram

 

Ran Outta Captions 😏

A post shared by KARTIK AARYAN (@kartikaaryan) on

ଫିଲ୍ମ ବିଷୟରେ କହିବାକୁ ଗଲେ ଆଲିଆ ଖୁବ ଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ଏହି ଫିଲ୍ମ ବ୍ୟତିତ ସେ ‘ସଡକ ୨’ରେ ମଧ୍ୟ ନଜର ଆସିବେ । ସେହିପରି କାର୍ତ୍ତିକ ଏବେ ପତି ପତ୍ନୀ ଔର ୱେରେ ବ୍ୟସ୍ତ ଅଛନ୍ତି । ଏହା ସହିତ ତାଙ୍କୁ ଦୋସ୍ତାନା ୨, ଲଭ ଆଜ କଲ ୨ ଏବଂ ଭୁଲ ଭୁଲୈୟା ୨ରେ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More