Only for Entertainment

ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ ଆଲିୟା ଭଟ୍ଟ ।

29

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ୟୁଟ୍ୟୁବ ମାଧ୍ୟମରେ ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିବେ । ନିକଟରେ ସେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ଏହାର ସୂଚନା ନିଜେ ଆଲିୟା ଭଟ୍ଟ ତାଙ୍କ ସୋସିଆଲ ମିଡିଆ ଆକାଉଂଟ ମାଧ୍ୟମରେ ଜଣାଇଛନ୍ତି । ଯାହାର ଲିଙ୍କ ମଧ୍ୟ ସେ ଫ୍ୟାନ୍ସଙ୍କ ସହିତ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ସେ ଲେଖିଛନ୍ତି କିଛି ନୂଆ, କିଛି ମଜାଦାର, କିଛି ୟୁଟ୍ୟୁବରେ । ଖବର ପାଇଁ କହିରଖୁଛୁ ଆଲିୟା ୟୁଟ୍ୟୁବରେ ମେକଅପ, ଫ୍ୟାଶନ ଏବଂ ଫିଟନେସ ବିଷୟରେ ସୂଚନା ଦେବେ । ଏହା ସହିତ ସୁଟିଂର ମଜାଦାର ଭିଡ଼ିଓ ମଧ୍ୟ ଶେୟାର କରିବେ ।

ଆଲିୟା ଶେୟାର କରିଥିବା ଭିଡ଼ିଓରେ ସୁଟିଂ ସମୟରେ ଭିନ୍ନ ଭିନ୍ନ ମଜାଦାର ଭିଡ଼ିଓ ନଜର ଆସିଛି ।
ୱର୍କଫ୍ରଂଟ କଥା ଯଦି ଆଲୋଚନା କରିବା ତେବେ ଆଲିୟା ଭଟ୍ଟ ଏବେ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଅପୋଜିଟରେ ନଜର ଆସିବେ ରଣବୀର କପୂର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More