Only for Entertainment

୨୫ ବର୍ଷରେ ପଦାର୍ପଣ କଲେ ଆଲିଆ, ମା’ ଶେୟାର କଲେ ପିଲାଦିନର ଫଟୋ

Bollywood Bubble
0 79

ଆଲିଆ ଭଟ୍ଟ ଆଜି ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ଆଲିଆ ୧୫ ମାର୍ଚ୍ଚ ୧୯୯୩ରେ ଜନ୍ମ ହୋଇଥିଲେ । ଆଲିଆଙ୍କ ମା’ ସୋନୀ ରାଜଦାନ ତାଙ୍କ ଜନ୍ମଦିନ ଉପଲକ୍ଷେ ଆଲିଆଙ୍କର ପିଲାଦିନର କିଛି ଫଟୋକୁ ଶେୟାର କରିଛନ୍ତି । ଏହି ଫଟୋରେ ଆଲିଆ ଖୁବ ସୁନ୍ଦର ଏବଂ କ୍ୟୁଟ ନଜର ଆସୁଛନ୍ତି ।

alia

ଆଲିଆ ୨୦୧୨ରେ କରଣ ଜେହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଆଲିଆଙ୍କ ନିକମେନ ଆଲୁ ଏବଂ ଘରେ ସେ ସମସ୍ତଙ୍କର ପ୍ରିୟ । ଆଲିଆଙ୍କ ପିତା ମହେଶ ଭଟ୍ଟ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ହୋଇଥିବା ବେଳେ ତାଙ୍କ ମା’ ସୋନୀ ରାଜଦାନ ଜଣେ ଅଭିନେତ୍ରୀ । ସୋନୀ ଏହି ଫଟୋକୁ ଶେୟାର କରି ଲେଖିଥିଲେ ଏହା ୨୫ ବର୍ଷ ତଳର ଫଟୋ ଯବେ ଆଲିଆ ଜନ୍ମ ହୋଇଥିଲେ, ଆଲିଆ ନାମ ମୋ ମନରେ ପ୍ରଥମରୁ ଥିଲା ।
ସେନୀ କହିଛନ୍ତି ଯେ ସେ ଯେବେ ବ୍ରିଟିଶ ମଡେଲ ଆଲିଆ ନାଇଟଲୀଙ୍କ ବିଷୟରେ ଶୁଣିଥିଲେ ସେବେଠାରୁ ନିର୍ଣ୍ଣୟ ନେଇଥିଲେ ଯଦି ଝିଅ ହୁଏ ତେବେ ତାହାର ନାମ ଆଲିଆ ରଖିବେ ।

alu

ସୂଚନା ଅନୁସାରେ ଆଲିଆ ନିଜର ଆଗାମୀ ଫିଲ୍ମ ‘ଗଲୀ ବୟ’ରେ ନଜର ଆସିବେ । ଏହି ଫିଲ୍ମରେ ଅଲିଆଙ୍କ ବିପକ୍ଷରେ ରଣବୀର ସିଂଙ୍କୁ ଦେଖିବାକୁ ପାଇବେ ଦର୍ଶକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More