Only for Entertainment

ବର୍ଥଡେ’ରେ ଆଲିୟା ଭଟ୍ଟ ଫ୍ୟାନ୍ସଙ୍କୁ ଦେଲେ ନୁଆ ଉପହାର, ଦେଖିବାକୁ ମିଳିଲା କଳଙ୍କର ନୂଆ ପୋଷ୍ଟର !

23

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଆଜି ଜନ୍ମଦିନ । ଆଲିୟାଙ୍କ ବର୍ଥଡେ ଭଳି ଖାସ ମଉକାରେ ଫିଲ୍ମମେକର କରଣ ଜୋହର ଫିଲ୍ମ ‘କଳଙ୍କ’ରେ ଆଲିୟାଙ୍କ ଦ୍ୱିତୀୟ ପୋଷ୍ଟର ରିଲିଜ କରିଛନ୍ତି । ଏଥିରେ ଆଲିୟା ଖୁବ ସୁନ୍ଦର ଦିଶୁଛନ୍ତି । ଏହି ପୋଷ୍ଟରରେ ଆଲିୟା ଫିକା ଗୋଲାପି ରଂଗର ଦୁପଟ୍ଟା ମୁଣ୍ଡରେ ପକାଇଛନ୍ତି । ଏହି ଫିଲ୍ମ ଭାବନାକୁ ଦେଖାଉଛି । ଏଠାରେ ଆମେ ଆପଣଙ୍କୁ ଜଣାଇ ରଖୁଛୁ ଯେ ଏହା ପୂର୍ବରୁ ଆଲିୟାଙ୍କ ପୋଷ୍ଟର ଆସିଯାଇଥିଲା । ଏଥିରେ ସେ ରାଜକୁମାରୀ ଭୂମିକାରେ ନଜର ଆସିବେ ।


କଳଙ୍କ ଫିଲ୍ମରେ ଆଲିୟାଙ୍କ ବ୍ୟତୀତ ବରୁଣ ଧୱନ, ଆଦିତ୍ୟ ରୟ କପୂର, ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ ଏବଂ ସୋନାକ୍ଷୀ ସିହ୍ନା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ କାହାଣୀ ବିଷୟରେ କହିବାକୁ ଗଲେ ଇଂରେଜଙ୍କ ଜମାନାରେ ଲାହୋର ହୀରା ମଣ୍ଡିରେ ହୋଇଥିବା ସଂଘର୍ଷର କାହାଣୀ ଉପରେ ଆଧାରିତ । ଏହି ଫିଲ୍ମ ୧୯୪୦ର ବ୍ୟାକଡ୍ରପରେ ପ୍ରସ୍ତୁତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More