Only for Entertainment

ଆଲିଆ ଭଟ୍ଟଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ପ୍ରାଡା’ ରିଲିଜ, ସୁନ୍ଦର ଡ୍ୟାନ୍ସରେ ଚୋରି କରିନେବେ ଆପଣଙ୍କ ହୃଦୟ

latestly
36

ଆକ୍ଟିଂ ବ୍ୟତିତ ଆଲିଆ ଭଟ୍ଟଙ୍କ ଜଲୱା ଏବେ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ । କାରଣ ଆଲିଆଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ପ୍ରାଡା’ ରିଲିଜ ହୋଇସାରିଛି । ଏହି ମ୍ୟୁଜିକ ଭିଡିଓରେ ଆଲିଆ ଦୂରବୀନଙ୍କ ସହିତ ନଜର ଆସିଛନ୍ତି ।

କିଛି ଦିନ ପୂର୍ବରୁ ଆଲିଆଙ୍କ ଏହି ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା ହେଉଥିଲା । ଏହା ପରେ ଆଲିଆ ନିଜ ସୋସିଆଲ ମିଡିଆରେ ମ୍ୟୁଜିକ ଭିଡିଓର ପ୍ରଥମ ପୋଷ୍ଟର ସେୟାର କରିବା ସହିତ ସର୍ଟ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ମ୍ୟୁଜିକ ଭିଡିଓର ଝଲକ ଦେଖାଇଥିଲେ । ଏହା ପରେ ଏବେ ପୂରା ଭିଡିଓକୁ ରିଲିଜ କରାଯାଇଛି । ୩ ମିନିଟର ଏହି ଗୀତରେ ‘ଲମ୍ବର୍ଗିନୀ’ ଫେମ ଦୂରବୀନଙ୍କ ସହିତ ଆଲିଆଙ୍କ ଯୋଡି ଦେଖିବାକୁ ମିଳିଛି ।

ମ୍ୟୁଜିକ ଭିଡିଓ ‘ପ୍ରାଡା’ରେ ଭଏସ ଦେଇଛନ୍ତି ଖୋଦ ଦୂରବୀନ ଏବଂ ଶ୍ରେୟା ଶର୍ମା । ଭଏସ ଦେବା ସହିତ ଏହାର ଲିରିକ୍ସ ମଧ୍ୟ ଦୂରବୀନ ଲେଖିଛନ୍ତି । ଆପଣ ମଧ୍ୟ ଦେଖନ୍ତୁ ଆଲିଆଙ୍କ ଏହି ଗୀତ –

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More