Only for Entertainment

‘କଳଙ୍କ’ରେ ରୂପର ରୋଲକୁ ନିଖୁଣ ଭାବେ କରିବା ପାଇଁ ଆଲିଆଙ୍କୁ ଏହି ପାକିସ୍ତାନୀ ଶୋ’ ଦେଖିବା ପାଇଁ କହିଥିଲେ ନିର୍ଦ୍ଦେଶକ

MSN
31

ଅଭିନେତ୍ରୀ ଆଲିଆ ଭଟ୍ଟ ଫିଲ୍ମ ‘କଳଙ୍କ’ରେ ରୂପ ଚରିତ୍ରରେ ନଜର ଆସିବେ । କଳଙ୍କରେ ଆଲିଆଙ୍କ ଭୂମିକାର ଝଲକ ଫିଲ୍ମର ଟ୍ରେଲର ଏବଂ ଗୀତରେ ଦେଖିବାକୁ ମିଳିଛି । ଆଲିଆଙ୍କ ଲୁକକୁ ତାଙ୍କ ଫ୍ୟାନ୍ସ ଖୁବ ପ୍ରଶଂସା କରିଛନ୍ତି । କିନ୍ତୁ ଏହି ରୋଲ ପାଇଁ ଆଲିଆ କିଭଳି ଭାବେ ନିଜକୁ ପ୍ରସ୍ତୁତ କରିଥିଲେ ତାହା ବିଷୟରେ ସେ ପ୍ରଥମଥର ପାଇଁ କହିଛନ୍ତି ।

ଆଲିଆ ଭଟ୍ଟ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ , ନିର୍ଦ୍ଦେଶକ ଅଭିଷେକ ବର୍ମନ ତାଙ୍କୁ ରୂପ ଭୂମିକା କରିବା ପୂର୍ବରୁ କିଛି ହିନ୍ଦୀ ଫିଲ୍ମ ଯେପରି ମୁଗଲେ –ଏ-ଆଜମ ଏବଂ ଉମରାଓ ଜାନ ଦେଖିବା ପାଇଁ ପରାମର୍ଶ ଦେଇଥିଲେ ଏହା ସହିତ ସେ ଫୱାଦ ଖାନଙ୍କ ଟିଭି ଶୋ’ ଜିନ୍ଦଗୀ ଗୁଲଜାର ହେ ଦେଖିବା ପାଇଁ ମଧ୍ୟ କହିଥିଲେ ।

ଆଲିଆ କହିଥିଲେ, ନର୍ଦ୍ଦେଶକ ଅଭିଷେକ ବର୍ମନ ମୋତେ ଫୱାଦ ଖାନଙ୍କ ଫିଲ୍ମ ଜୀନ୍ଦଗୀ ଗୁଲଜାର ଦେଖିବା ପାଇଁ କହିଥିଲେ । କାରଣ ଏହି ଶୋ’ରେ କଶଫ ରୋଲ ସହିତ କଳଙ୍କର ରୂପ ସହିତ କିଛି ପରିମାଣରେ ମିଶୁଛି । କଶଫ ପୂରା ଶୋରେ ପରିବାର ଦାୟିତ୍ୱ ନେଇଥାଏ । ଦୁଃଖରେ ଥାଇ ମଧ୍ୟ ସେ ଖୁବ ଷ୍ଟ୍ରଙ୍ଗ ରହିଥାଏ ।

 

 

View this post on Instagram

 

❤️

A post shared by Alia ? (@aliaabhatt) on

ଆଲିଆ ଏହା ମଧ୍ୟ କହିଛନ୍ତି ଯେ, ମୁଁ ପଥ୍ରମଥର କଲଙ୍କର କାହାଣୀ ଷ୍ଟୁଡେଣ୍ଟ ଅଫ ଦି ଇୟର ସମୟରେ ଶୁଣିଥିଲି । କିନ୍ତୁ ଅଭିଷେକ ଯେବେ ମୋତେ ଏହି କାହାଣୀ ଶୁଣାଇଲେ ସେଥିରେ ଷ୍ଟୋରୀ ବଦଳି ଯାଇଥିଲା । ସବୁଠାରୁ ବଡ କଥା ଦେଉଛି ମୋତେ ଧ୍ୟାନରେ ରଖି ଅଭିଷେକ ଏହାର କାହଣୀ ଲେଖିଥିଲେ ।

ଫିଲ୍ମରେ ଆଲିଆଙ୍କ ବ୍ୟତିତ ବରୁଣ ଧୱନ, ଆଦିତ୍ୟ ରୟ କପୁର, ସୋନାକ୍ଷୀ ସିହ୍ନା , ସଂଜୟ ଦତ୍ତ ଏବଂ ମାଧୁରୀ ଦିକ୍ଷିତ ନଜର ଆସିବେ । ଫିଲ୍ମ ୧୭ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More