Only for Entertainment

MeToo : ଆଲିଆଙ୍କ ମା’ ସୋନି ରାଜଦାନଙ୍କ ଖୁଲାସା, ହୋଇଥିଲା ଦଷ୍କର୍ମର ଚେଷ୍ଟା ।

Zee News
41

ବଲିଉଡରେ #MeToo କ୍ୟାମ୍ପେନକୁ ନେଇ ସବୁବେଳେ ନୂଆ ନୂଆ ଖୁଲାସା ହେଉଛି । ଏବେ ଆଲିୟା ଭଟ୍ଟଙ୍କ ମା’ ତଥା ଅଭିନେତ୍ରୀ ସୋନି ରାଜଦାନ ମଧ୍ୟ ‘ମିଟୁ ମୋହିମ’ର ଅଂଶ ହୋଇ ନିଜ ସହ ଘଟିଥିବା ଯୌନ ଶୋଷଣ ବିରୁଦ୍ଧରେ ଖୁଲାସା କରିଛନ୍ତି ।
ସୋନି ରାଜଦାନ କହିଛନ୍ତି ଯେ ତାଙ୍କ ସହ କାମ ମାଗିଲା ବେଳେ କି ଷ୍ଟ୍ରଗଲ ବେଳେ ଏଭଳି କିଛି ଘଟି ନଥିଲା , ମାତ୍ର ତାଙ୍କୁ ଏକ ଫିଲ୍ମ ସୁଟିଂ ସମୟରେ ଏଭଳି ଖରାପ ବ୍ୟବହାରର ସାମ୍ନା କରିବାକୁ ପଡିଥିଲା ।

Soni-5

ସୋନି କହିଛନ୍ତି ଯେ ସୁଟିଂ ସମୟରେ ତାଙ୍କ ସହ ଜଣେ ବ୍ୟକ୍ତି ଜବରଦସ୍ତି କରିଥିଲେ । କିନ୍ତୁ ସେ ତାଙ୍କ ଇରାଦାରେ ସଫଳ ହୋଇନଥିଲେ । ସେହି ସମୟରେ ଏହି ବିଷୟରେ ସେ କୌଣସି ପଦକ୍ଷେପ ନେଇ ନଥିଲେ , କାରଣ ତାଙ୍କ ସାମ୍ନାରେ ସେହି ବ୍ୟକ୍ତି ଜଣକ ପରିବାର ମୁହଁ ଘୁରି ବୁଲିଥିଲା ।

ସୋନି ଏହି ଘଟଣା ପରେ ସେହି ବ୍ୟକ୍ତିଙ୍କ ସହ କଥା ହୋଇ ନଥିଲେ । ଏହି ଘଟଣା ବିଷୟରେ ସେ କେବଳ ତାଙ୍କ ରୂମମେଟକୁ କହିଥିବା ସୋନି କହିଛନ୍ତି । ସୋନିଙ୍କ କହିବା ମୁତାବକ ସେ ସମୟରେ ଘଟଣା ଶେୟାର କରିବାକୁ ଭୟ ଲାଗୁଥିଲା ଏହା ଭାବି ଯେ ଏହି କଥା କୁ କେହି ବିଶ୍ୱାସ କରିବେ କି ନାହିଁ । ଯଦି ସେ ସମୟରେ ଏଭଳି କିଛି ଥାଆନ୍ତା ତେବେ ସେ ନିଶ୍ଚୟ ମୁହଁ ଖୋଲି କହିଥାଆନ୍ତେ ବୋଲି ସୋନି ରାଜଦାନ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More