Only for Entertainment

କରଣ ଜୋହରଙ୍କ ପାଇଁ ଆଲିଆଙ୍କ ହାତରୁ ଚାଲିଗଲା ବଡ଼ ବଜେଟ୍‌ର ଫିଲ୍ମ, ଦୀପିକା-ରଣବୀରଙ୍କର ଖୋଲିବ ଭାଗ୍ୟ

The Indian Express
0 42

ବଲିଉଡ୍‌ ଅଭିନେତ୍ରୀ ଦୀପିକା ଏବଂ ଅଭିନେତା ରଣବୀର ସିଂହଙ୍କ ଯୋଡ଼ିକୁ ନିର୍ଦ୍ଦେଶକ ସଞ୍ଜୟ ଲୀଲା ବଂସାଲୀ ୩ଟି ଫିଲ୍ମରେ ସୁଯୋଗ ଦେଇଥିଲେ । ଏହି ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ ମଧ୍ୟ କରିଥିଲେ । ୩ଥର ସମାନ ଯୋଡ଼ିକୁ ନେଇ ଫିଲ୍ମ କରିବା ପରେ ଏବେ ଏଥିରେ ଟିକେ ପରିବର୍ତ୍ତନ ଆଣିବା ପାଇଁ ବଂସାଲୀ ନିଜର ଆଗାମୀ ଫିଲ୍ମରେ ଦୀପିକାଙ୍କ ସ୍ଥାନରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେବେ ବୋଲି ମନସ୍ଥ କରିଥିଲେ । କିନ୍ତୁ, ଏବେ ସେ ନିଜର ନିଷ୍ପତ୍ତି ବଦଳାଇଥିବା ଜଣା ପଡ଼ିଛି । ଏବେ ଆଲିଆଙ୍କ ସ୍ଥାନରେ ସେ ଦୀପିକାଙ୍କୁ ନିଜର ଆଗାମୀ ଫିଲ୍ମ ପାଇଁ ସାଇନ୍‌ କରିନେଇଥିବା ଜଣା ପଡ଼ିଛି

ସୂଚନା ମୁତାବକ, ଆଲିଆ ଏହି ଫିଲ୍ମ କରିବା ପାଇଁ ମନା କରିବା ପରେ ବଂସାଲୀ ଏହି ନିଷ୍ପତ୍ତିି ନେଇଛନ୍ତି । ଏହାର କାରଣ ହେଉଛି କରଣ ହଠାତ୍‌ ନିଜର ଆଗାମୀ ଫିଲ୍ମ କଲଙ୍କର ସୁଟିଂ ପାଇଁ ଘୋଷଣା କରିବା ପରେ ଏକା ସାଙ୍ଗରେ ଦୁଇଟି ଫିଲ୍ମ କରିବା ଆଲିଆଙ୍କ ପକ୍ଷରେ ସମ୍ଭବ ନଥିଲା । କରଣ ତାଙ୍କୁ ପ୍ରଥମେ ବଲିଉଡ୍‌ରେ ସୁଯୋଗ ଦେଇଥିବାରୁ ସେ କରଣଙ୍କୁ ମନା ନ କରି ବଂସାଲୀଙ୍କୁ ଫିଲ୍ମ କରିବେ ନାହିଁ ବୋଲି ମନା କରିଥିଲେ । ଯାହା ପରେ ବଂସାଲୀ ଏହି ଫିଲ୍ମର ସୁଯୋଗ ଦୀପିକାଙ୍କୁ ଦେବା ପାଇଁ ମନସ୍ଥ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More