Only for Entertainment

ମୋଦୀଙ୍କୁ All Indian Cine Workers Associationର ନିବେଦନ, କହିଲେ ପାକିସ୍ତାନ କଳାକାରଙ୍କ ଉପରେ ଲାଗୁ ପୂରା ବ୍ୟାନ

latestly
102

ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗ ଏବେ ଚର୍ଚ୍ଚାରେ । କାଶ୍ମୀରରେ ଧାରା ୩୭୦କୁ ଉଠାଇ ଦିଆଯିବା ପରେ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ପାକିସ୍ତାନ ସିନେମା ଘର ଗୁଡିକରେ ଭାରତୀୟ ଫିଲ୍ମର ସ୍କ୍ରିନିଂ ହେବ ନାହିଁ । ଏହା ପରେ ଅଲ ଇଣ୍ଡିଆ ସିନେ ୱାକର୍ସ ଆସୋସିଏସନ ( All Indian Cine Workers Association ) ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ପାକିସ୍ତାନୀ କଳାକାର, ରାଜନୈତିକ ଏବଂ ପାକିସ୍ତାନ ସହ ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଆଲୋଚନା ଉପରେ ବ୍ୟାନ କରିବା ପାଇଁ ଦାବି କରିଛନ୍ତି ।

ଏଥି ସହିତ AICWA ମୋଦୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ସେ ପର୍ଯ୍ୟନ୍ତ କାମ କରିବ ନାହିଁ ଯେତେ ଯାଏଁ ପାକିସ୍ତାନ ଫିଲ୍ମ ମେକର୍ସ, ଆର୍ଟିସ୍ଟ ଏବଂ ଟ୍ରେଡ ପାର୍ଟନରଙ୍କ ଉପରେ ବ୍ୟାନ ଲଗାଯାଇ ନାହିଁ । ଧାରା ୩୭୦ ଓ ୩୫ଏ କୁ ଉଠାଇ ଦେବା ପରେ ପାକିସ୍ତାନ କାଶ୍ମୀରର ଲୋକଙ୍କୁ ଭାରତ ସରକାର ବିପକ୍ଷରେ ଅସହଯୋଗ ଆନ୍ଦୋଳନ କରିବା ପାଇଁ ପ୍ରବତାଉଛନ୍ତି ।

ଆପଣଙ୍କୁ କହିରଖୁଛୁ କି, ସୋମବାର ଦିନ ମୋଦୀ ସରକାର ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଠାଇ ଦେବାକୁ ଘୋଷଣା କରିଥିଲା । ଏହା ସହିତ ଜମ୍ମୁ ଓ କାଶ୍ମୀରର ପୁର୍ନଃଗଠନ ପାଇଁ ମଧ୍ୟ ଘୋଷଣା କରାଯାଇଛି । ଏବେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବଣ୍ଟନ କରାଯାଇଛି । ଏଥିରେ ଜମ୍ମୁ କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More