Only for Entertainment

ଅରିଜିତ୍ ସିଂଙ୍କ ବିଷୟରେ କିଛି ଜଣା ଅଜଣା କଥା

india tv
0 52

ବଲିଉଡର ମ୍ୟୁଜିକ ଇଂଣ୍ଡଷ୍ଟ୍ରିରେ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସୁଥିବା ଅରିଜିତ୍ ସିଂ ଫିଲ୍ମ ଆଶିକ୍-୨ ରେ ଏକ ସୁପରହିଟ ଗୀତ ‘ତୁମ୍ ହି ହୋ’ ଗାଇ ରାତା ରାତି ଷ୍ଟାର ବନି ଯାଇଥିଲେ । ସେ ଏକଧାରାରେ ଜଣେ ଗାୟକ,ଲେଖକ,ବ୍ୟାଟମିଂଟନ ଖେଳାଳି ଏବଂ ଡକୁୃ୍ୟମେଂଟ୍ରି ମେକର । କିନ୍ତୁ ଖୁବ୍ କମ୍ ଲୋକ ଅଛନ୍ତି ଯେଉଁମାନେ ତାଙ୍କର ବ୍ୟକ୍ତିଗତ ଜୀବନୀ ଉପରେ ଅବଗତ ଥାନ୍ତି । ତେବେ ଆସନ୍ତୁ ଜାଣିବା ଗାୟକ ଅରିଜିତ୍ ସିଂଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ ।

ଅରିଜିତ୍ ସର୍ବଦା ନିଜ ପତ୍ନୀଙ୍କ ପ୍ରତି ଭଲ ପାଇବା ବ୍ୟକ୍ତ କରିଥାନ୍ତି । ଦୁନିଆର ସବୁଠୁ ବେଷ୍ଟ ପତ୍ନୀ ହେଉଛନ୍ତି ତାଙ୍କ ପତ୍ନୀ । କିନ୍ତୁ ଆପଣମାନେ ଜାଣିଜନ୍ତି କି ? ଅରିଜିତ୍ ସିଂ ଦୁଇଟି ବିବାହ କରିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ହେଉଛି କୋୟଲ । ସେ ତାଙ୍କର ପିଲା ଦିନର ବନ୍ଧୁ କୋୟଲ ରାୟଙ୍କୁ ୨୦ ଜାନୁଆରୀ ୨୦୧୪ ରେ ପଶ୍ଚିମ ବଙ୍ଗଳା ସ୍ଥିତ ତାରାପୀଠ ମନ୍ଦିରରେ ବିବାହ କରିଥିଲେ ।

ଅରିଜିତ୍ କୋୟଲଙ୍କୁ ତାଙ୍କର ଧର୍ମପତ୍ନୀ ହିସାବରେ ସ୍ୱୀକାର କରିବା ସହିତ କୋୟଲଙ୍କ ପୁଅକୁ ମଧ୍ୟ ଆପଣାଇ ଥିଲେ । ଅରିଜିତ୍ ଏବଂ କୋୟଲ ଦୁହେଁ ତାଙ୍କର ପ୍ରଥମ ବିବାହରେ ଅସଫଳ ହେବା ପରେ ସେମାନେ ପୁଣିଥରେ ଦ୍ୱିତୀୟ ବିବାହ କରିବେ ବୋଲି ମନ ସ୍ଥିର କରିଥିଲେ । ଅରିଜିତ୍ ପ୍ରଥମେ ଏକ ରିଆଲିଟି ଶୋ ର ସହ ପ୍ରତିଯୋଗିଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ବିଚ୍ଛେଦର କାରଣ ସ୍ପଷ୍ଟ ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More