Only for Entertainment

ସୋନାକ୍ଷୀ ସିନ୍ହାଙ୍କ ଗିରଫ ଉପରେ ଇଲାହାବାଦ କୋର୍ଟ ଲଗାଇଲା ରୋକ !

33

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିନ୍ହାଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି । ଇଲାହାବାଦ ହାଇକୋର୍ଟ ଧୋକାଦାରୀ ମାମଲାରେ ତାଙ୍କ ବନ୍ଦୀ ଉପରେ ରୋକ ଲଗାଇଛନ୍ତି । କୋର୍ଟ କହିବା ମୁତାବ ଏହି ମାମଲା ସିବିଲ ବିବାଦ ଅଟେ, ସେମାନେ ଏହାକୁ ବୁଝିବେ । ଖବର ମୁତାବକ ଏଫଆଇଆର ବିରୁଦ୍ଧରେ ସୋନାକ୍ଷୀ ଇଲାହାବାଦ କୋର୍ଟରେ ନିଜ ମତ ରଖିଥିଲେ , ଯେଉଁକାରଣରୁ ଶୁକ୍ରବାର ଜଷ୍ଟିସ ନାହିଦ ଆରା ମୁନସୀ ଏବଂ ଜଷ୍ଟିସ ବିକେ ଶ୍ରୀବାସ୍ତବ ଶୁଣାଣି ଦେଇଛନ୍ତି ଯେ କେସର ପୂରା ଯାଂଚ ହେବା ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ ଲଗାଯାଇଛି । ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯାଂଚ ସମୟରେ ସୋନାକ୍ଷୀଙ୍କୁ ସାହାଯ୍ୟ କରିବାକୁ ପଡିବ ଏବଂ ଯେଉଁ ସମୟରେ ତାଙ୍କୁ ଡକାଯିବ ସେ ସେହି ସମୟରେ ଉପସ୍ଥିତ ରହିବାକୁ ସହଯୋଗ କରିବେ ।

ଏଠାରେ ଆମେ କହି ରଖୁଛୁ ଯେ ଏଫଆଇଆରରେ ସୋନାକ୍ଷୀଙ୍କ ଉପରେ ୩୭ଲକ୍ଷ ଟଙ୍କାର ଧୋକାଦାରୀ ମାମଲାରେ ଆରୋପ ଲଗାଯାଇଛି, ଯାହା ସେପ୍ଟେମ୍ବର୩୦,୨୦୧୮ରେ ଏକ କାର୍ଯ୍ୟକ୍ରମ ପାଇଁ ନେଇଥିଲେ ମାତ୍ର ସେ କାର୍ଯ୍ୟକ୍ରମରେ ପହଂଚି ନଥିଲେ । ଏହାପରେ ସୋନାକ୍ଷୀ ଏବଂ ୪ଜଣ ଲୋକଙ୍କ ବିରୁଦ୍ଧରେ ପ୍ରମୋଦ ଶର୍ମା ନାମକ ବ୍ୟକ୍ତି ୨୨ଫେବୃୟାରୀ, ୨୦୧୯ରେ ମୁରଦାବାଦର କଟଘର ଥାନାରେ ମାମଲା ରୁଜୁ କରିଥିଲେ ।

ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସୋନାକ୍ଷୀ ଖୁବ ଶୀଘ୍ର କଳଙ୍କ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ତାଙ୍କ ବ୍ୟତୀତ ଆଦିତ୍ୟ ରୟ କପୁର, ବରୁଣ ଧୱ. ସଂଜୟ ଦତ୍ତ, ମାଧୁରୀ ଦିକ୍ଷୀତ, ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୧୯ଅପ୍ରେଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More