Only for Entertainment

ଅଜବ ଶବ୍ଦ ଶୁଣି ମହିଳା ପହଂଚିଲେ ରୋଷେଇ ଘରେ, ନଜର ଆସିଲା ୧୧ଫୁଟର କୁମ୍ଭୀର !

26

ଭାବନ୍ତୁ ତ ବିଳମ୍ବିତ ରାତିରେ ଆପଣ ରୋଷେଇ ଘରକୁ କିଛି ଖାଇବା ପାଇଁ ଯିବେ ଏବଂ ରୋଷେଇ ଘର ଚଙ୍କାଣରେ ୧୧ଫୁଟ ଲମ୍ବା କୁମ୍ଭୀର ଆପଣଙ୍କୁ ନଜର ଆସିବ ? ଏହା କୌଣସି କାହାଣୀ ନୁହେଁ , ଏହା ସତ ଘଟଣା ଅଟେ ଯାହା ଘଟିଛି ଫ୍ଲୋରିଡାର କ୍ଲିୟର ୱାଟର ସହରରେ । ଏଠାରେ ବିଳମ୍ବିତ ରାତିରେ ଏକ କୁମ୍ଭୀର ରୋଷେଇ ଘରେ ପଶି ଯାଇଥିଲା । ଏହି ଘଟଣାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରେ ଏହି କୁମ୍ଭୀରକୁ ପୁଲିସ କାବୁ କରି ନେଇ ସୁରକ୍ଷିତ ସ୍ଥାନରେ ଛାଡି ଦେଇଥିଲା ।

ଘର ମାଲିକାଣୀ ମ୍ୟାରୀ ୱିଛୁସେନଙ୍କ କହିବା ମୁତାବକ ପ୍ରଥମେ ତାଙ୍କୁ ରୋଷେଇ ଘର ଭିତରୁ କିଛି ଅଜବ ଶବ୍ଦ ଶୁଭିଥିଲା । ତାଙ୍କୁ ଲାଗିଲା କିଛି ପଡିଗଲା । ଯେତେବେଳେ ସେ ଘର ଭିତରକୁ ପ୍ରବେଶ କଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତୁରନ୍ତ ପୁଲିସକୁ ଫୋନ କରିଥିଲେ । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । କୁମ୍ଭୀର ରୋଷେଇ ଘର କାଚ ସହ ଭିତରେ ଥିବା ୪ଟି ୱାଇନ ବୋତଲ ଭାଙ୍ଗି ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More