Only for Entertainment

ଫ୍ଲୋରିଡା ରାଜରାସ୍ତାରେ ବୁଲୁଛି କୁମ୍ଭୀର , ଦେଖନ୍ତୁ ଭିଡିଓ ।

khabar ndtv
0 42

ଆମେରିକାର ଫ୍ଲୋରିଡାରେ କୁମ୍ଭୀର ଆସିବା ସାଧାରଣ କଥା ଅଟେ । ମାତ୍ର ଏଥର ଘଟିଛି କିଛି ଏଭଳି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଫ୍ଲୋରିଡାର ଏକ ଗଳି ରାଜରାସ୍ତାରେ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ଲୋକମାନେ ଯେତେବେଳେ ଏହା ଦେଖିଲେ ଦୌଡିବା ଆରମ୍ଭ କରିଦେଇଥିଲେ । କୁମ୍ଭୀର କେତେବେଳେ ରାସ୍ତାରେ ତ କେତେବେଳେ ଗଳି ମଧ୍ୟରେ ବୁଲୁଥିବାର ନଜରକୁ ଆସିଥିଲା । ୫ଫିଟର ଏହି କୁମ୍ଭୀର ରବିବାର ହଙ୍ଗାମା କରିଦେଇଥିଲା । ଏହି କଥାର ବିଶେଷ ଫ୍ଲୋରିଡାର ଜଣେ ବାସିନ୍ଦା କହିଛନ୍ତି । ସେ ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ହାଇର୍ଲାଣ୍ଡ କାଉଂଟି ଶେରିଫ ଅଫିସ ଫେସବୁକରେ ଏହି ଭିଡିଓ ସେୟାର କରିଛନ୍ତି । ଯେଉଁଠି କୁମ୍ଭୀର ବୁଲୁଥିବାର ସାମ୍ନାକୁ ଆସିଛି । ପ୍ରତିରକ୍ଷା ବିଭାଗ ଏହି କୁମ୍ଭୀରକୁ ଜଙ୍ଗଲରେ ଏବେ ଛାଡି ଆସିଛନ୍ତି । ଏହି ଭିଡିଓ ୨ଦିନରେ ୭୦ହଜାର ଥର ଦେଖାଯାଇ ସାରଲାଣି । କିଛି ଦିନ ପୂର୍ବେ ଏହି କୁମ୍ଭୀର ସୁଇମିଂ ପୁଲରେ ଭାସୁଥିବା ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More