Only for Entertainment

ରିଲିଜ ହେଲା କମେଡି – ଡ୍ରାମା ଫିଲ୍ମ ‘ଜୋର୍ କା ଝଟକା’ର ନୂଆ ଗୀତ, ଦେଖିବାକୁ ମିଳିଲା ଦୀପକଙ୍କ ଜବରଦସ୍ତ ଡ୍ୟାନ୍ସ

you tube
71

ଚର୍ଚ୍ଚାରେ ଆଗାମୀ କମେଡି – ଡ୍ରାମା ଫିଲ୍ମ ‘ଜୋର୍ କା ଝଟକା’ । ସିନେମାରେ ନାୟକ ଭାବେ ନଜର ଆସିବେ ଓଲିଉଡ୍ ହ୍ୟାଣ୍ଡସମ୍ ଅଭିନେତା ଦୀପକ । ଫିଲ୍ମରେ ତାଙ୍କୁ ନେଇ ଏକ ଖାସ୍ ଗୀତ ପ୍ରସ୍ତୁତ କରିଛନ୍ତି ମେକର୍ । ଗୀତରେ ଦୀପକଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିବ । ସିନେମାରେ ଦୀପକଙ୍କ ଏହା ଇଂଟ୍ରୋଡକ୍ସନ୍ ଗୀତ ହେବାକୁ ଯାଉଛି । ଏହି ଡ୍ୟାନ୍ସ ଗୀତଟି ୟୁଟୁବରେ ରିଲିଜ୍ ହୋଇଛି । ଅଭିଜୀତ ମଜୁମଦାରଙ୍କ ସଙ୍ଗୀତରେ ଏହି ଗୀତରେ ଶୁଣିବାକୁ ମିଳିଛି ସତ୍ୟଜୀତଙ୍କ ଜବରଦସ୍ତ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି ଡକ୍ଟର୍ ନିର୍ମଳ ନାୟକ ।

ଫନି କମେଡି କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ଗୋଟିଏ ଝିଅକୁ କିପରି ତିନି ସାଙ୍ଗ ଭଲ ପାଉଛନ୍ତି ତାହା ଦେଖିବାକୁ ମିଳିବ ଏହି ସିନେମା ‘ଜୋର୍ କା ଝଟକା’ରେ । ଶିବାନୀ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ‘ଜୋର୍ କା ଝଟକା’ର ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ପିନୁ ନାୟକ ଓ ପ୍ରଯୋଜନା କରିଛନ୍ତି ଅଶୋକ କୁମାର୍ ବେହେରା, ଶିବାନୀ ବେହେରା । ଆସନ୍ତା ୨୦ ତାରିଖରେ ମୁକ୍ତିଲାଭ କରିବା ଜୋର୍ କା ଝଟକା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More