Only for Entertainment

ଦୁଷ୍କର୍ମ ଆରୋପରେ ଫସିଥିବା ଆଲୋକନାଥ ଜାମିନ ପାଇଁ ପହଂଚିଲେ ଅଦାଲତ, ଏହି ଦିନ ହେବ ଶୁଣାଣି !

27

#metoo ଅଭିଯାନରେ ଫସି ଥିବା ସଂସ୍କାରୀ ବାବୁଜୀ ଅର୍ଥାତ ଅଭିନେତା ଆଲୋକନାଥଙ୍କ ବିରୁଦ୍ଧରେ ଓଶିବାରା ପୁଲିସ ଷ୍ଟେସନରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଛି । ସେହିଭଳି ଦୁଷ୍କର୍ମ ଆରୋପ ଶିକାର ହୋଇଥିବା ଆଲୋକନାଥ ନିକଟରେ ମୁମ୍ବାଇର ଏକ ଅଦାଲତରେ ଜାମିନ ପାଇଁ ପିଟିସନ ଦାଖଲ କରିଛନ୍ତି । ଏହି ପିଟିସନ ଗୁରୁବାର ଦିନ ଅତିରିକ୍ତ ସତ୍ର ନ୍ୟାୟଧୀଶ ଏସ ଏସ ଓଝାଙ୍କ ପାଖରେ ଦାଖଲ କରିଛନ୍ତି ।

ମିଳିତ ଖବର ମୁତାବକ ଅଦାଲତ ଏହି ମାମଲାକୁ ୨୦ଡିସେମ୍ବର ପାଇଁ ସ୍ଥଗିତ ରଖିଛନ୍ତି । ବିନତା ନନ୍ଦାଙ୍କ ଓକିଲ ଆଲୋକନାଥଙ୍କ ଜାମିନ ପିଟିସନ ବିରୁଦ୍ଧରେ ଜବାବ ଦାଖଲ କରିବା ଲାଗି ସମୟ ମାଗିଛନ୍ତି ।

ମୁମ୍ବାଇ ପୁଲିସ ୨୧ନଭେମ୍ବରରେ ଏହି ମାମଲା ରୁଜୁ କରିଥିଲା । ଏହାପୂର୍ବରୁ ଆଲୋକନାଥ ଏବଂ ତାଙ୍କ ପତ୍ନୀ ଆଶୁ ଲେଖିବା ତଥା ନିର୍ଦ୍ଦେଶିକା ବିନତା ନନ୍ଦାଙ୍କ ବିରୁଦ୍ଧରେ ମାନହାନୀର କାର୍ଯ୍ୟବାହୀ ଆରମ୍ଭ କରିବା ଲାଗି ଆଜି ନିକଟତର ଅଦାଲତରେ ଅଭିଯୋଗ ଦାଖଲ କରି ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More