Only for Entertainment

ସ୍ଵାଦିଷ୍ଟ ଓ ପୃଷ୍ଟିକର ଆଳୁ ପନିର ଚାଟ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ ।

Yummy Food Recipes
0 58

ସାମଗ୍ରୀ:

ପନୀର ୨୦୦ ଗ୍ରାମ, ୧୦-୧୨ ଟି ଛୋଟ ଛୋଟ ଆଳୁ , ୧ କପ ସିଝା ଗ୍ରୀନ ମଟର, ଖଣ୍ଡେ ଅଦା , ଛୋଟ ଛୋଟ କଟା ୨-୩ ଟି କଞ୍ଚା ଲଙ୍କା, ୨ ଚାମଚ ଆମ୍ବ ଆଚାର, କଳା ମରିଚ ଗୁଣ୍ଡ ଅଧା ଚାମଚ, କାଗିଜି ଲେମ୍ବୁ ରସ ୨ ଚାମଚ , ଧଣିଆ ପତ୍ର , ଲୁଣ ଓ ତେଲ ଆବଶ୍ୟକ ଅନୁଯାଇ ।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଏକ ନନ-ଷ୍ଟିକ ପ୍ୟାନ ନେଇ ତେଲ ଗରମ କରି କଟା କଞ୍ଚା ଲଙ୍କା ଓ ଅଦା ଦେଇ ୧ ମିନିଟ ଭାଜି ନିଅନ୍ତୁ । ସମାନ ସାଇଜରେ କଟା ପନୀର ଓ ସିଝା ଆଳୁ ଓ ଗ୍ରୀନ ମଟର ପକାଇ ଆଉ ୧ ମିନିଟ ସନ୍ତୋଳି ଦିଅନ୍ତୁ । ଏବେ ଏଥିରେ ଆମ୍ବ ଆଚାର , ଗୋଲମରିଚ ଗୁଣ୍ଡ , ଲୁଣ ଓ ଲେମ୍ବୁ ରସ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଆଳୁ ପନିର ଚାଟ । ବର୍ତ୍ତମାନ ଏହାକୁ ଗରମ ଗରମ ପ୍ଳେଟରେ କାଢି ଉପରେ କଟା ଧଣିଆ ପକାଇ ପରସନ୍ତୁ । ଏହା ବହୁତ ସ୍ଵାଦିଷ୍ଟ ଓ ପୃଷ୍ଟିକର ମଧ୍ୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More