Only for Entertainment

ସଫଳ ହେଲା ଅମରନାଥ ଯାତ୍ରା, ବାବା ବର୍ଫାନୀ ଙ୍କୁ ଦର୍ଶନ କଲେ ୨.୮୫ ଲକ୍ଷ ଭକ୍ତ ।

India TV
0 35

୨୮ ଜୁନ୍ ରେ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ୨୬ ଅଗଷ୍ଟ ରେ ଶେଷ ହୋଇଯାଇଛି । ଚଳିତ ବର୍ଷ ବାବା ବର୍ଫାନୀଙ୍କୁ ବର୍ତ୍ତମାନ ସୁଦ୍ଧା ୨.୮୪ ଲକ୍ଷ ଭକ୍ତ ଦର୍ଶନ କରିସାରିଛନ୍ତି । ବାବା ଅମରନାଥଙ୍କ ଯାତ୍ରା ରାକ୍ଷୀ ପୁର୍ଣ୍ଣିମା ଏଂବ ଶ୍ରାବଣର ଶେଷ ସୋମବାର ଦିନ ଶେଷ ହୋଇଯାଇଛି ।

ଦୀର୍ଘ ୬୦ ଦିନ ଧରି ଚାଲିଥିବା ଅମରନାଥ ଯାତ୍ରାର ସମାପ୍ତି ଘଟିଛି । ଏହି ଅବସରରେ ମହନ୍ତ ଦିପେନ୍ଦ୍ର ଗିରି ଙ୍କ ନେତୃତ୍ୱରେ ଦଶନାମି ଆଖଡା ରେ ସାଧୁମାନଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ପରିଶେଷରେ ପାରମ୍ପରିକ “ଛଡି ମୁବାରକ” ପୂଜା ସହିତ ଅମରନାଥ ଯାତ୍ରା ସମ୍ପନ୍ନ ହୋଇଛି ।

ଖବର ମୁତାବକ ଗତ ତିନି ବର୍ଷ ତୁଳନାରେ ଚଳିତ ବର୍ଷ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ସେହିପରି ପୂର୍ବ ବର୍ଷ ଯାତ୍ରା ଚାଲୁଥିବା ସମୟରେ ୨,୬୦,୦୦୩ ଭକ୍ତ ପବିତ୍ର ଗୁମ୍ଫା ର ଦର୍ଶନ କରିଥିଲେ । ୨୦୧୬ ଯାତ୍ରା ସମୟରେ ୨,୨.୪୯୦ ଭକ୍ତ ଦର୍ଶନ କରିଥିଲେ । ଦୀର୍ଘ ଦିନର ଅପେକ୍ଷା ପରେ ଅମରନାଥ ଯାତ୍ରା ଆସୁଥିବାରୁ ଏହି ସ୍ଥାନରେ ମାଳ ମାଳ ସାଧୁ ଏଂବ ଶ୍ରଦ୍ଧାଳୁ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ, ଯାହା ଅତ୍ୟନ୍ତ ମନୋରମ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More