Only for Entertainment

ବ୍ରଣ ସମସ୍ୟାରୁ ମୁକ୍ତି ଦେବ ମହୁ , ଜାଣନ୍ତୁ କିପରି କରିବେ ବ୍ୟବହାର

Dabur
100

ସାଧାରଣତଃ ବର୍ଷା ଦିନେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଯଦି ସଠିକ୍‍ ସମୟରେ ଘରୋଇ ଉପଚାର କରାଯାଏ, ତେବେ ଏଥିରୁ ମୁକ୍ତି ମିଳିବା ସମ୍ଭବ ହେବ । ମହୁ ହେଉଛି ବ୍ରଣ ଦୂର କରିବାର ଉକ୍ରୃଷ୍ଟ ଉପାୟ । ମହୁରେ ଥିବା ଜୀବାଣୁ ପ୍ରତିରୋଧକ ତତ୍ତ୍ୱ ତ୍ୱଚାର ଜୀବାଣୁକୁ ନଷ୍ଟ କରିବାରେ ବେଶ୍‍ ସହାୟକ ହୋଇଥାଏ । ଏହା ଶରୀର ପାଇଁ ଉପକାରୀ ହେବା ସହ ଶରୀରରେ ରକ୍ତକୁ ବିଶୁଦ୍ଧ କରିଥାଏ । କିଛି ସରଳ ଉପଚାର ମାଧ୍ୟମରେ ଆପଣ ବ୍ରଣରୁ ମୁକ୍ତି ପାଇପାରିବେ ।

ମହୁ ଓ ବେକିଂ ସୋଡ଼ା:
ଗୋଟିଏ ଚାମଚ ବେକିଂ ସୋଡ଼ାକୁ ଦୁଇ ଚାମଚ ମହୁରେ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହି ଲେପକୁ ତ୍ୱଚାରେ ଗୋଲାକାର ଭାବେ ମସାଜ କରନ୍ତୁ । ଏହାର ୫ ମିନିଟ ପରେ ଅଳ୍ପ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ । ୩ରୁ ୫ ଦିନ ମଧ୍ୟରେ ଥରେ ଏହିପରି କରିଲେ ତ୍ୱଚାରୁ ବ୍ରଣ ଦୂର ହୋଇଯିବ ।
ମହୁ ଓ ହଳଦୀ:
ମହୁ ଓ ହଳଦୀରେ ପ୍ରଚୁର ପରିମାଣରେ ପ୍ରାକୃତିକ ତତ୍ତ୍ୱ ଭରି ରହିଛି । ଏକ ଚାମଚ ମହୁରେ ଅଳ୍ପ ହଳଦୀ ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ । ଏହାକୁ ୩୦ ମିନିଟ ପାଇଁ ବ୍ରଣ ହୋଇଥିବା ସ୍ଥାନରେ ଲଗାଇ ରଖନ୍ତୁ । ଏହା ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ।

ମହୁ ଏବଂ ଗ୍ରନ୍‍ ଟି:
ଏଥିପାଇଁ ଆପଣଙ୍କୁ ଅଳ୍ପ ମହୁ, ୨ କପ୍‍ ଉଷୁମ ପାଣି ଏବଂ ଗୋଟିଏ ଗ୍ରୀନ୍‍ଟି ବ୍ୟାଗ୍‍ର ଆବଶ୍ୟକ ହେବ । ଏହି ଗରମ ପାଣିରେ ଗ୍ରୀନ୍‍ ଟି ବ୍ୟାଗଟିକୁ କିଛି ସମୟ ପାଇଁ ବୁଡ଼ାଇ ଦିଅନ୍ତୁ । ଥଣ୍ଡା ହୋଇଯିବା ପରେ ଅଳ୍ପ ଗ୍ରୀନ୍‍ ଟି ପାଣିକୁ ଅଲଗା ରଖି ଦିଅନ୍ତୁ ଏବଂ ବଳକା ପାଣିରେ ମହୁକୁ ଗୋଳାଇ ଲେପ ପ୍ରସ୍ତୁତ କରନ୍ତୁ । ପ୍ରଥମେ ଅଳ୍ପ ରଖିଥିବା ଗ୍ରୀନ୍‍ ଟି ପାଣିକୁ ତ୍ୱଚାରେ ପୋଛି ଦିଅନ୍ତୁ । ଏହାପରେ ପ୍ରସ୍ତୁତ ପେଷ୍ଟକୁ ମୁହଁରେ ୨୦ ମିନିଟ ପାଇଁ ରଖି ପରେ ଧୋଇ ଦିଅନ୍ତୁ ।

ମହୁ ଓ ଲେମ୍ବୁ:
ଏକ ଚାମଚ ମହୁ, ଅଳ୍ପ ଚିନି, ଅଧ ଚାମଚ ଲେମ୍ବୁ ରସ ଏବଂ ଲେମ୍ବୁ ଜେଷ୍ଟ୍‍(ଲେମ୍ବୁର ଚୋପାକୁ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରାଯାଇଥାଏ)କୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ୩୦ ମିନିଟ ପର୍ଯ୍ୟନ୍ତ ରଖି ଉଷୁମ ପାଣିରେ ଧୋଇ ଦିଅନ୍ତୁ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More