Only for Entertainment

ଚର୍ଚ୍ଚାରେ ଯାଆଁଳା ପିଲାଙ୍କ ଗାଁ : ପ୍ରତି ଘରେ ଜନ୍ମ ହୁଅନ୍ତି ଯମଜ ଶିଶୁ

my kid site
0 39

ଚୀନ : ଯାଆଁଳା ଶିଶୁକୁ ଦେଖିଲେ ମନରେ ଏକ ଭିନ୍ନ ଭାବନା ସୃଷ୍ଟି ହୁଏ । ଏହା ଭଗବାନଙ୍କର ଏକ ଅପୂର୍ବ ସୃଷ୍ଟି ମନେହୁଏ । ସେମାନେ ସବୁବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାନ୍ତି । ଏମାନଙ୍କର ଚେହେରା ଓ ଶରୀରର ଆକୃତିରେ ଥାଏ ଏକ ନିଆରପଣ । ଏବଂ ଭଗବାନଙ୍କର ଏ ଭିନ୍ନ ଏକ ବ୍ୟତିକ୍ରମକୁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ।

ଆପଣ ଆଖପାଖରେ ଏମିତି ଯାଆଁଳା ପିଲା ଦେଖିଥିବେ । ହେଲେ ଏକାବେଳେ ଗୋଟିଏ ସ୍ଥାନରେ ଅନେକ ଯାଆଁଳା ଶିଶୁ ଜନ୍ମ ହେବାର କେବେ ଦେଖିନଥିବେ । ହେଲେ ଏମିତି ଏକ ସ୍ଥାନ ଅଛି ଚୀନରେ ଯେଉଁଠି ଖାଲି ଯାଆଁଳା ପିଲା ହିଁ ଜନ୍ମ ହେଉଛନ୍ତି । ଚୀନର ଚୋଙ୍ଗିଙ୍ଗରେ ଜିୟାଜିଙ୍ଗ ଅଂଚଳରେ ରହିଛି ଏମିତି ଏକ ଅଜବ ଗାଁ । ଏଠାରେ ପ୍ରତି ଘରେ ଯାଆଁଳା ପିଲା ଜନ୍ମ ହୋଇଛନ୍ତି । ଏହି ଗାଁର ୩୬୭ ଘରେ ୩୯ ଯୋଡା ଯାଆଁଳା ପିଲା । ଏଠାରେ ଏହି ଶିଶୁଙ୍କୁ ଦେଖିଲେ ଆଶ୍ଚର୍ୟ୍ୟ ଲାଗେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More