Only for Entertainment

କେରଳ ପିଡ଼ିତଙ୍କୁ ଅମ୍ବାନୀ ପରିବାର ସାହାଯ୍ୟ କଲେ ୭୧ କୋଟି, ଜାଣନ୍ତୁ କେଉଁ ରାଜ୍ୟ କେତେ ଦେଲେ?

aajtak
0 96

ବନ୍ୟା ନଷ୍ଟ ଭ୍ରଷ୍ଟ ହୋଇ ଯାଇଥିବା କେରଳକୁ ସାହାଯ୍ୟ କରିବା ପାଇଁ ସାରା ଦେଶରୁ ଲୋକ ଆଗକୁ ଆସିଛନ୍ତି, ଏହା ସହିତ ପ୍ରତ୍ୟେକ ରାଜ୍ୟ ସରକାର ମଧ୍ୟ । ଏହା ବ୍ୟତୀତ ଏବେ ଅମ୍ବାନୀ ପରିବାର ରିଲାଏନ୍ସ ଫାଉଣ୍ଡେସନ ବନ୍ୟା ପ୍ରପିଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟକୋଷକୁ ୨୧ କୋଟିର ଆର୍ଥିକ ସହାୟତା କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ ୫୧ କୋଟି ଟଙ୍କା ସାମଗ୍ରୀ ମଧ୍ୟ ପଠାଇବେ ।

ମିଡିଆ ରିପୋର୍ଟ ଅନୁସାରେ କୌଣସି ଭାରତୀୟ କମ୍ପାନୀ ଅପେକ୍ଷା ରିଲାଏନ୍ସ କମ୍ପାନୀର ସହାୟତା ନିହାତି ଭାବରେ ସବୁଠାରୁ ଅଧିକ । ଏହା ସହିତ କେତେକ ରାଜ୍ୟ ମାନଙ୍କ ଦ୍ୱାରା ଦିଆ ଯାଇଥିବା ସହାୟତା ଠାରୁ ମଧ୍ୟ ଯଥେଷ୍ଟ ଅଧିକ ।
ଏହି ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ କହିଛନ୍ତିଯେ କେରଳର ଲୋକ ଏବେ ଖୁବ ସମସ୍ୟାର ସାମ୍ନା କରୁଛନ୍ତି ଏବଂ ଫାଉଣ୍ଡେସନ ଟିମ ସେଠାରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅଛନ୍ତି । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ରାଜକୋଷକୁ ୨୧ କୋଟିର ସହାୟତା କରିଛୁ । ଏହା ସହିତ ରିଲାଏନ୍ସ ଫାଉଣ୍ଡେସନ କେରଳ ବନ୍ୟାରେ ନଷ୍ଟ ହୋଇଥିବା ଇନଫ୍ରାଷ୍ଟ୍ରକଚରକୁ ଠିକ କରିବ, ରିଲିଫ କ୍ୟାମ୍ପ ଲଗାଇବା, ସ୍କୁଲ ଏବଂ ହସ୍ପିଟାଲର ମରାମତି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

କେନ୍ଦ୍ର ସରକାରଙ୍କ କଥା ଆଲୋଚନା କରିବା ତେବେ ପି ଏମ ମୋଦି କେରଳକୁ ୫୦୦ କୋଟିର ସହାୟତା ପାଇଁ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂ ୧୦୦ କୋଟିର ସହାୟତା ରାଶି ଦେଇ ସାରିଛନ୍ତି । କେବଳ ସେତିକି ନୁହେଁ ପିଏମ ମୋଦି ରାଜ୍ୟ ସରକାରଙ୍କୁ ଆତ୍ମବିଶ୍ୱାସ ଦେଇଛନ୍ତିଯେ ଅନୁରୋଧ ଅନୁସାରେ ଖାଦ୍ୟ ଓ ଔଷଧ ସହିତ ରିଲିଫ ପ୍ରଦାନ କରାଯିବ ।

କେରଳକୁ ସାହାଯ୍ୟ ପାଇଁ କେତେକ ରାଜ୍ୟ ମଧ୍ୟ ଆଗେଇ ଆସିଛନ୍ତି । ମହାରଷ୍ଟ୍ର ସରକାର ୨୦ କୋଟି,ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧୫ କୋଟି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ୫ କୋଟିର ସହାୟତା ରାଶି ପ୍ରଦାନ କରିଛନ୍ତି ।

 


ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ୫ କୋଟିର ଘୋଷଣା କରିଛନ୍ତି । ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତିଯେ ଆମ ଆଦମୀ ପାର୍ଟିର ସମସ୍ତ ବିଧାୟକ ନିଜର ଗୋଟିଏ ମାସର ଦରମା ବନ୍ୟା ପ୍ରପିଡ଼ିତ ଲୋକଙ୍କୁ ପ୍ରଦାନ କରିବେ । ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାର ୧୦ କୋଟିର ସହାୟତା ରାଶି ପାଇଁ ଘୋଷଣା କରିଛନ୍ତି ।


ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ୧୦ କୋଟି ଦେବା ପାଇଁ ଘୋଷଣା କରିଛନ୍ତି । କଂଗ୍ରେସର ସମସ୍ତ ବିଧାୟକ,ସାଂସଦ,ଏମଏଲସି ନିଜର ଗୋଟିଏ ମାସର ଦରମା ଦେବେ ।

ତାମିଲନାଡୁ ସରକାର ୫ କୋଟି,ଏବଂ ଏହା ସହିତ ୫୦୦ ମେଟ୍ରିକ ଟନ ଚାଉଳ,୩୦୦ ମେଟ୍ରିକ ଟନ ଦୁଗ୍ଧ ପାଉଡର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଓଡ଼ିଶା ସରକାର ୧୦ କୋଟିର ସହାୟତା ରାଶି,୮ କୋଟିର ପଲିଥିନ ଏବଂ ୨୫୦ ଜଣିଆ ଉଦ୍ଧାରକାରୀ ଦଳକୁ ପଠାଇଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ବନ୍ୟା ପ୍ରଭାବିତ ଲୋକଙ୍କୁ ୧୦ କୋଟିର ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।

ପଂଜାବ ମୁଖ୍ୟମନ୍ତ୍ରୀ ୧୦ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ୫ କୋଟି ରାଜ୍ୟ କୋଷକୁ ଏବଂ ୫ କୋଟି ଅନ୍ୟ ଖାଦ୍ୟ ପଦାର୍ଥ ଭାରତୀୟ ରକ୍ଷା ମନ୍ତ୍ରାଳୟ ଦ୍ୱାରା ଦିଆଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More