Only for Entertainment

ଇଂରାଜୀ କହୁ କହୁ ଅଚାନକ ପଂଜାବୀ କହିବା ଆରମ୍ଭ କଲେ ଏହି ବିଦେଶୀ ବ୍ୟକ୍ତି, ଭିଡିଓ ହେଲା ଭାଇରାଲ

khabarndtv
0 69

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏକ ଆମେରିକାନ ଅଚାନକ ଇଂରାଜୀ କହୁ କହୁ ପଂଜାବୀ କହିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ଯାହା ଶୁଣି ସେଠାରେ ଉପସ୍ଥିତ ଥିବା ସର୍ଦ୍ଦାର ଜୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଦୃତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ କନ୍ସୁଲେଟ ଅଫ ପାକିସ୍ତାନ ଫେସବୁକରେ ପୋଷ୍ଟ କରିଛନ୍ତି ।

ଭିଡିଓରେ ସେ ନିଜ ବିଷୟରେ କହୁଛନ୍ତି କିଭଳି ଭାଗ ହେଲାପରେ ୬ବର୍ଷ ଲାହୋରରେ ସେ ପଂଜାବୀ ଶିଖିଥିଲେ । ଯାହା ପରେ ସେ ପୁନେ ଯାଇ ସେଠାରେ କଲେଜରେ ପଢିଥିଲେ । ସେ ହାରାହାରି ୩୨ବର୍ଷ ଭାରତରେ ବିତାଇଥିବା କହିଛନ୍ତି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୫ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । ୧୩ହଜାର ଲୋକ ଏହାକୁ ଶେୟାର କରିଛନ୍ତି । ଭିଡିଓ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More