Only for Entertainment

ମଡେଲ ତଥା ଅଭିନେତ୍ରୀ କିମ ପୋର୍ଟରଙ୍କ ୪୭ ବର୍ଷ ବୟସରେ ନିଧନ, ହଲିଉଡରେ ଶୋକର ଛାୟା ।

Variety
56

ଆମେରିକାର ପ୍ରସିଦ୍ଧ ମଡେଲ ତଥା ଅଭିନେତ୍ରୀ କିମ ପୋର୍ଟରଙ୍କର ୪୭ ବର୍ଷ ବୟସରେ କାର୍ଡିଆକ ଆରେଷ୍ଟରେ ନିଧନ ହୋଇଯାଇଛି । କାର୍ଲିଫନିଆର ଟୋଲୁକା ଲେକ ସ୍ଥିତ ତାଙ୍କ ବାସ ଭବନରେ ନିଧନ ହୋଇଥିବା ଖବର ଆସିଛି । ଗୁରୁବାର ମଧ୍ୟାହ୍ନରେ ତାଙ୍କୁ ହାର୍ଟ ଆଟାକ ଆସିବା ଫଳରେ ତାଙ୍କର ନିଧନ ହୋଇଥିଲା । ଖବର ଅନୁସାରେ ସେ ଅନେକ ସମୟରୁ ନିମୋନିଆରେ ପିଡିତ ଥିଲେ । କିମ ପୋର୍ଟର ୧୩ ବର୍ଷ ପର୍ଯ୍ୟନ୍ତ ର‌୍ୟାପର ପି.ଡିଡିଙ୍କୁ ଡେଟ କରିଥିଲେ ଏବଂ ଦୁହିଁଙ୍କର ୩ଟି ସନ୍ତାନ ମଧ୍ୟ ଅଛି ।

kim

କହିରଖୁଛୁ ଯେ, କିମ ଏବଂ ପି.ଡିଡି ୧୩ ବର୍ଷ ପରସ୍ପରକୁ ଡେଟ କରିବା ପରେ ୨୦୦୭ରେ ଅଲଗା ହୋଇଯାଇଥିଲେ । କିମ ନିଜ ମଡେଲିଂ କ୍ୟାରିୟରରେ ଅନେକ ନାମ କମାଇଥିଲେ । ଏହା ସହିତ ସେ ଅନେକ ଟିଭ ସିରିଲରେ ମଧ୍ୟ ନଜର ଆସିଥିଲେ । ତାଙ୍କର ନିଧନ ପେର ହଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି । ଅନେକ ହଲିଉଡ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ମଧ୍ୟ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More