Only for Entertainment

ଏହି ହଲିଉଡ ସିଙ୍ଗର ଏ.ଆର.ରହମାନଙ୍କ ସହ କାମ କରିବା ପାଇଁ ଚାହାନ୍ତି !

thenewsminute
0 38

ଗୁଡ ଫର ୟୁ, ସେମ ଓଲ୍ଡ ଲବ ଏବଂ ବ୍ୟାକ ଟୁ ୟୁ ଭଳି ଶାନଦାର ଗୀତ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିବା ଆମେରିକା ସିଙ୍ଗର ସେଲିନା ଗୋମେଜ ବଲିଉଡର ଜଣାଶୁଣା ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ଏ.ଆର.ରହମାନ ସହ କାମ କରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି । ୱେବସାଇଟ ମିଡଡେ ରିପୋର୍ଟ ମୁତାବକ ସେଲିନା ଗୋମେଜ ଖୁଲାସା କରିଛନ୍ତି ଯେ ତାଙ୍କୁ ଭାରତୀୟ ସିଙ୍ଗର ଏ.ଆର.ରହମାନ ଖୁବ ପସନ୍ଦ ।

ଭାରତୀୟ ସଙ୍ଗୀତକୁ ଫଲୋ କରୁଥିବା ସେଲିନା କହିଛନ୍ତି । ତାଙ୍କୁ ଖୁବ ଖୁସି ଲାଗିବ ଯଦି ତାଙ୍କୁ ଏ.ଆର.ରହମାନ ଙ୍କ ସହ ଗାଇବାକୁ ସୁଯୋଗ ମିଳିବ ।

ସେଲିନା ଭାରତୀୟ ସଂସ୍କୃତିକୁ ଖୁବ ପ୍ରଶଂସା କରିଛନ୍ତି । ତାଙ୍କୁ ହିନ୍ଦୁ ସଂସ୍କୃତି ପସନ୍ଦ ଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେତେବେଳେ ସହଯୋଗୀ ସାଥୀ କଳାକାର ଏବଂ ମ୍ୟାନେଜର କୁଆଡେ ଯାଆନ୍ତି ସେ ମଧ୍ୟ ତାଙ୍କ ସହ ବୁଲିବା ପାଇଁ ଯାଆନ୍ତି । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ସେଲିନା ନିଜର ଅପକମିଂ ଫିଲ୍ମ ହୋଟେଲ ଟ୍ରାଂସିଭ୍ଲାନିୟା ୩ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଆନିମେଟେଡ ଫିଲ୍ମରେ ସେଲିନା ନିଜର ସ୍ୱର ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More